ମହିମା ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟ କ୍ରମ

ମହିମାଗାଦି, ୧୭/୧୧-  ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ପୌରୋହିତ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀମାନକ ଭୋଟର ଲିଷ୍ଟ ରେ ପଞ୍ଜୀକରଣ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ରୂପେ ସହକାରୀ ନିର୍ବାଚନ ଅଧିକାରୀ ତଥା ଗନ୍ଦିଆ ତହସିଲଦାର ଶ୍ରୀ ସୂରଥ ଚନ୍ଦ୍ର ରାଉତ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଭୋଟର ତାଲିକାରେ ନାମ ଦରଜ କରାଇବାପାଇଁ ଆହ୍ଵାନ କରିବା ସହିତ ସଫଳ ଗଣତନ୍ତ୍ର ପାଇଁ ସଚେତନ ଭୋଟର ଏକାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ । ଏହା ସହିତ ଅନଲାଇନ ମାଧ୍ୟମରେ ଏବଂ ବୁଥସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ନାମ ପଞ୍ଜୀକରଣ କରିବା ପାଇଁ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଅଧିକରୁ ଅଧିକ ୧୮ ବର୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିବା ପାଇଁ ଶ୍ରୀ ରାଉତ ଆହ୍ଵାନ ଦେଇଥିଲେ । ପରିଶେଷରେ ସମାଜ ବିଜ୍ଞାନ ବିଭାଗର ଅଧ୍ୟାପିକା ଡକ୍ଟର ଶକୁନ୍ତଳା ଭୂୟାଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment