ଜାତୀୟ ପ୍ରେସ ଦିବସ ପାଳିତ:”କୁତ୍ରିମ ବୁଦ୍ଧିମତା ଯୁଗରେ ଗଣ ମାଧ୍ୟମ “ଶୀର୍ଷକ ଆଲୋଚନା ଚକ୍ର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ରେ ଜାତୀୟ ପ୍ରେସ ଦିବସ ପାଳିତ ହେଇଯାଇଛି l ଏହି ଅବସରରେ ମୁନିସିପାଲିଟି ଅଡିଟୋରିୟମରେ ଜାତୀୟ ପ୍ରେସ ଦିବସ ତଥା “କୁତ୍ରିମ ବୁଦ୍ଧିମତା ଯୁଗରେ ଗଣ ମାଧ୍ୟମ “ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି l

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ରମେଶ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ l ଆଲୋଚନାର ଶୀର୍ଷକ ଉପରେ ସାମ୍ବାଦିକ ଶ୍ରୀ ବିରଞ୍ଚି ନାରାୟଣ ସେଠ, ଶ୍ରୀ ପ୍ରତାପ ବରାଳ, ଶ୍ରୀ ରତନ ନାୟର, ଶ୍ରୀ ସତ୍ୟସ୍ୱରୂପ ଦାସ, ଶ୍ରୀ ଅଥୟ ସାହୁ, ଶ୍ରୀ ଶିଶିର ଶତପଥୀ, ଶ୍ରୀ ଲଷ୍ମୀକାନ୍ତ ସାହୁ, ଶ୍ରୀ ଅମରେନ୍ଦ୍ର ଦାଶ, ଶ୍ରୀ ଶ୍ରୀବାସ କୁମାର, ଶ୍ରୀ ଅମିୟ କୁମାର ଚାନ୍ଦ ପ୍ରମୁଖ ଆଲୋଚନା କରିଥିଲେ l

ଏହି ସଭାର ପରିଚାଳନା କାର୍ଯ୍ୟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା କରିଥିଲେ ଓ ସଭା ଶେଷରେ ଉପଖଣ୍ଡ ସ୍ତରୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ l
ଏହି ସଭାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ସାମ୍ବାଦିକ ଓ ସାମ୍ବାଦିକାଗଣ ଯୋଗ ଦେଇଥିଲେ l

Comments (0)
Add Comment