ପିସିସି ସଭାପତିଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ

ଢେଙ୍କାନାଳ : ଗତ ଶନିବାର ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ପର୍ଜଙ୍ଗଠାରେ ପହଁଚିଥିଲେ । ସେଠାରେ ଜିଲ୍ଲା କଂଗ୍ରେସ କମିଟି ତଥା ପର୍ଜଙ୍ଗ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇ ଏକ ବିରାଟ ଶୋଭାଯାତ୍ରାରେ ଆସି ବୀର ମହେଶ ସିଂହ ସୁବାହୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ରାଜ୍ୟ ସଭାପତି କାମାକ୍ଷାନଗର ବ୍ଲକ ଅଭିମୂଖେ ଯାତ୍ରା କରିଥିଲେ । କାମାକ୍ଷାନଗର ବ୍ଲକ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ସମ୍ବର୍ଦ୍ଧନା ପରେ ପରେ ରାଜ୍ୟ ସଭାପତି “ସାଧାରଣ ସଭା’ ରେ ଯୋଗ ଦେବାଲାଗି କଙ୍କଡାହାଡ ବ୍ଲକର ମରୁଆବିଲି ପଂଚାୟତ ଅଭିମୂଖେ ଯାତ୍ରା କରିଥିଲେ । ହଜାର ହଜାର କଂଗ୍ରେସ କର୍ମୀଙ୍କ ଗହଣରେ ହୁଳହୁଳି, ବାଜା ତଥା ଆତସବାଜିର ମନୋରମ ପରିବେଶ ମଧ୍ୟରେ ସଭାସ୍ଥଳରେ ପହଁଚିଥିଲେ ।

ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅନୁ୍ଷ୍ଠିତ ସଭାରେ ପିସିସି ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା, ପର୍ଯ୍ୟବେକ୍ଷିକା ଅମିତା ବିଶ୍ୱାଳ, ମଞ୍ଜୁଶ୍ରୀ ମହାପାତ୍ର, ପୂର୍ବତନ ମନ୍ତୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଶୂଭାଷିନୀ ମହାକୁଡ, ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ନିର୍ମଳ ମିଶ୍ର, ମହିଳା କଂଗ୍ରେସ ସଭାପତି ସ୍ମିତାରାଣୀ ସାମଲ, ପିସିସି ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ, ଜିଲ୍ଲା କଂଗ୍ରେସ ଉପସଭାପତି ରଣଜିତ କୁମାର ସାହୁ, ଗୋପାଳ ଚନ୍ଦ୍ର ସାହୁ, ନିଶାକାର ସାହୁ, ଢେଙ୍କାନାଳ ଟାଉନ କଂଗ୍ରେସ ସଭାପତି ମହମ୍ମଦ ହାଇଦର, ସୁନୀଲ ଦାଶ , ଡମ୍ବରୁଧର ସେଠୀ, ପ୍ରକାଶ ଚନ୍ଦ୍ର ମିଶ୍ର, ତରୁଣ କାନ୍ତ ମିଶ୍ର, ରୁମିନା ବେଗମ, ସାଜିଦା ବେଗମ, ମହମ୍ମଦ ସମୀର, ତ୍ରିନାଥ ବେହେରା, ଶୁଭାଷ ଚନ୍ଦ୍ର ପାଳ, ବିଜୟ ରାଉତରାଏ, ନଗେନ ବିନାୟକ, ପ୍ରମୁଖ ଯୋଗ ଦେଇଥିଲେ ।

ହଜାର ହଜାର କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପୂର୍ବତନ ଜିଲ୍ଲା ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର ସଭା ପରିଚାଳନା କରିଥିଲେ । ଶେଷରେ ସଭାପତି ଭୂବନ ବ୍ଲକ ଅଭିମୂଖେ ଯାତ୍ରାରମ୍ଭ କରିଥିଲେ ।

ଭୁବନ ବ୍ଲକ କଂଗ୍ରେସ ପକ୍ଷରୁ ବିପ୍ରବର ସାହୁ, ଭାଗିରଥି ଜେନା ପ୍ରମୁଖ ବହୁ କଂଗ୍ରେସ ଦଳର କର୍ମୀ ଗଣ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଓ ନେତା ଓ କର୍ମୀଙ୍କ ସହିତ ଆଲୋଚନା ପରେ ସଭାପତି ଢେଙ୍କାନାଳ ଜିଲ୍ଲାରୁ ପ୍ରସ୍ଥାନ କରିଥିଲେ ବୋଲି ଢେଙ୍କାନାଳ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ନିର୍ମଳ ମିଶ୍ର ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

Comments (0)
Add Comment