ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଭୁବନ ଗସ୍ତ

ଭୁବନ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏକ ସ୍ଵତନ୍ତ୍ର ଗସ୍ତ କରି ଆଜି (ଶନିବାର) ଅପରାହ୍ନ ରେ ଭୁବନ ରେ ପହଞ୍ଚିଥିଲେ । ଭୁବନ ଟାଉନ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ନେତୃତ୍ୱରେ ଭବ୍ୟ ସ୍ଵାଗତ କରାଯାଇଥିଲା ।

ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟନାୟକ ଙ୍କ ସମେତ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ,ଜିଲ୍ଲା ସମ୍ପାଦକ ବିନୋଦ ମହାରଣା,ଶ୍ୱେତକେତୁ ମିଶ୍ର,ଜିଲ୍ଲା କିସାନ କଂଗ୍ରେସ ସଭାପତି ବିପ୍ରବର ସାହୁ, ଭୁବନ ବ୍ଲକ ସଭାପତି ଭାଗିରଥି ଜେନା,କାମାକ୍ଷା ନଗର ଟାଉନ ସଭାପତି ସନ୍ତୋଷ ମହାରଣା,ଭୁବନ ପୂର୍ବତନ ନଗରପାଳ ଯୁଧିଷ୍ଠିର ସାହୁ,ଭାଗବତ ନାୟକ,ଅନନ୍ତ ସାହୁ, ରାଜ କିଶୋର ପୋଥାଳ,ବଳରାମ ପୃଷ୍ଟି, ମୁସ୍ତାଫିଜ୍ ଆଲମ,ତୁଷାରକାନ୍ତି ମିଶ୍ର ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କୁ ସଙ୍କୀର୍ତ୍ତନ ଜରିଆରେ ଏକ ଶୋଭାଯାତ୍ରାରେ କାଳୀ ବଜାର ପର୍ଯ୍ୟନ୍ତ ପାଛୋଟି ଅଣାଯିବା ପରେ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଶ୍ରୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ସଭାପତି ଶ୍ରୀ ପଟ୍ଟନାୟକ କିଛି ସମୟ ସାଧାରଣ ଜନତା ଙ୍କ ସହିତ ଆଲୋଚନା/ଭାବ ବିନିମୟ କରି କଂଗ୍ରେସ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Comments (0)
Add Comment