ଯୋରନ୍ଦା କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ମହୋତ୍ସବ

ଗଁନ୍ଦିଆ : ଗଁନ୍ଦିଆ ବ୍ଲକ ମହିମାଗାଦି ଅନ୍ତର୍ଗତ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଯୋରନ୍ଦା ପାଟଣା ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ସିଆରସିସି ବାସନ୍ତି ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷଇତ୍ରୀ ତନୁଶ୍ରୀ ମିଶ୍ର ଯୋଗ ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଡିବେଟ, କୁଇଜ଼, ପ୍ରବନ୍ଧ ଲିଖନ, ସୃଜନାତ୍ମକ ଲିଖନ, ଚିତ୍ରାଙ୍କନ, ଆର୍ଟ, ହସ୍ତାକ୍ଷର ଲିଖନ, ସଂଗୀତ ଏବଂ ଡ୍ୟାନ୍ସ କରାଯାଇଥିଲା ଏବଂ ମୁଖ୍ୟ ବକ୍ତା ଭାବେ ଗୀତାରାଣୀ ବେହେରା, ସନମ୍ମାନିତ ଅତିଥି ନମିତା ସେନାପତି, କୌଶଲ୍ୟା ସାହୁ, ଝର ହେମରାମ, ସଞ୍ଜୟ ପରିଡା ଏବଂ ମଞ୍ଚ ପରିଚାଳନା କରିଥିଲେ ଅନିମା ପରିଡା l

ଏହି ପ୍ରୋଗ୍ରାମରେ ଛାଟିଆ, ନେଉଳପୋଇ, ବିରିଖୁଣ୍ଟି, କାଙ୍କଲୁଣ୍ଡା, ମାଣିତ୍ରି, ଆତିଣ୍ଡାର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗରେ ସୁଚାରୁରୂପେ ପାଳନ ହୋଇଥିଲା l

Comments (0)
Add Comment