ମିଲେଟ୍ ମିଶନ ପକ୍ଷରୁ ଜୋନାଲ କ୍ରୀଡା ପ୍ରତିଯୋଗିତା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଦୀନବନ୍ଧୁପୁର ଅଞ୍ଚଳ ଉଚ୍ଚ ବିଦ୍ୟାଳୟଠାରେ ଜୋନାଲ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶା ମିଲେଟ୍ ମିଶନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଘଟିପିରି ଉଚ୍ଚ ବିଦ୍ୟାଳୟ, ଜେନାମଣି ଉଚ୍ଚ ବିଦ୍ୟାଳୟ, ଦିବ୍ୟଜ୍ୟୋତି ଉଚ୍ଚ ବିଦ୍ୟାଳୟ ଓ ଅଞ୍ଚଳ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ କବାଡି ଖେଳ ଅନୁଷ୍ଠିତ ହୋଇଥିଲା ।

ଅଞ୍ଚଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ଦାସ, ସ୍ୱେଚ୍ଛାସେବୀ ସଂଗଠନ ଇଡିଅଟ୍ର ସଦସ୍ୟ ସଚିବ ସରୋଜ କୁମାର ଶତପଥୀ, ପରିଚାଳନା କମିଟି ସଦସ୍ୟ ଶିଶିର କୁମାର ପାଣି, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରାକେଶ କୁମାର ସାହୁ, ଆକାଉଣ୍ଟାଣ୍ଟ୍ ଜୟରାମ ପ୍ରଧାନ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ଧଳ, ସୁଶୀଲ କୁମାର ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଓଡିଶା ମିଲେଟ୍ ମିଶନ ପକ୍ଷରୁ ଆୟୋଜନ କରାଯାଇଥିବା କ୍ରୀଡା ପ୍ରତିଯୋଗିତାର ଉଦେ୍ଦଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ପୁଷ୍ଟିଶସ୍ୟ ଖାଦ୍ୟ ମିଲେଟ୍ ତଥା ମାଣ୍ଡିଆକୁ ନିୟମିତ ବ୍ୟବହାର, ପୁଷ୍ଟିଶସ୍ୟ କିଭଳି ଭାବରେ ଚାଷ କରାଯାଇପାରିବ ସେ ସମ୍ପର୍କରେ ବୁଝାଇବା ସହ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଅଞ୍ଚଳ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶରତ ଚନ୍ଦ୍ର ପଣ୍ଡା, ନବକିଶୋର ବେହେରା, ପ୍ରେମାନନ୍ଦ ଧଳ, ରଞ୍ଜନ କୁମାର ସାହୁ, ଶକ୍ତିପ୍ରସାଦ ସାମଲ, ରମାକାନ୍ତ ସାହୁଙ୍କ ସମେତ ଅନ୍ୟ ଶିକ୍ଷକ ତଥା କର୍ମଚାରୀମାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

କ୍ରୀଡା ଶିକ୍ଷକ ସର୍ବେଶ୍ୱର ସାମଲ, ଅଜୟ କୁମାର ମାଝି, ରାଧାନାଥ ସାହୁ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ।

Comments (0)
Add Comment