ଢେଙ୍କାନାଳରେ ଓଡ଼ିଆ ସ୍ଵାକ୍ଷର ସଂକଳ୍ପ ଦିବସ -୨୦୨୩ ପାଳିତ

ଢେଙ୍କାନାଳ : ନୀଳଶୈଳ ,ବିଶ୍ଵ ଓଡ଼ିଆ ସମ୍ମିଳନୀ ଏବଂ ରାଜକିଶୋର ରାଜ ସ୍ମୃତି ସଂସଦର ଆହ୍ବାନ କ୍ରମେ ସାରା ଦେଶ ପାଳନ କରିଛି ସ୍ବାକ୍ଷର ସଂକଳ୍ପ ଦିବସ ।ଏହି ଅବସରରେ ଢେଙ୍କାନାଳର ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଓ ବଳିଷ୍ଠ ନେତୃତ୍ବରେ ପାଳନ ହୋଇଯାଇଛି

ସ୍ବାକ୍ଷର ସଂକଳ୍ପ ଦିବସ -୨୦୨୩ ।ସ୍ଵୀୟ ବକ୍ତବ୍ୟରେ ଡ଼ା.ମିଶ୍ର ନୀଳଶୈଳ ଏବଂ ବିଶ୍ବ ଓଡ଼ିଆ ସମ୍ମିଳନୀର ସଭାପତି ଡକ୍ଟର ମୁରଲୀ ମନୋହର ଶର୍ମା ଏବଂ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ନାୟକଙ୍କ ଦୃଢ଼ ଆହ୍ବାନ କ୍ରମେ ଓଡ଼ିଶାର ସର୍ବପୁରାତନ ଭାଷା,ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “ନୀଳଶୈଳ” ପକ୍ଷରୁ ଆୟୋଜିତ ସ୍ବାକ୍ଷର ସଂକଳ୍ପ ଦିବସରେ ଆମେ ଭାଗ ନେଇ ଓଡ଼ିଆରେ ଦସ୍ତଖତ କରି ସେପ୍ଟେମ୍ବର ୨୨ ତାରିଖ “ସ୍ବାକ୍ଷର ସଂକଳ୍ପ ଦିବସକୁ ଏକ ଗଣପର୍ବରେ ପରିଣତ କରିଥିବାରୁ ଓଡ଼ିଆ ଭାବେ ସମସ୍ତଙ୍କ ସହିତ ମୁଁ ଢେଙ୍କାନାଳ ଜିଲ୍ଲାରୁ ନୀଳଶୈଳ ଅନୁଷ୍ଠାନର ସଦସ୍ୟ ଭାବେ ନିଜକୁ ଗର୍ବିତ ମନେ କରୁଛି ।

ଏଭଳି ଅଭିନବ କାର୍ଯ୍ୟକ୍ରମର ଲକ୍ଷ୍ୟ ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ସ୍ଵୀୟ ଅଭିବ୍ୟକ୍ତିରେ ଡ଼ା.ମିଶ୍ର ଏହା ଯେ ଦେଶ ବିଦେଶରେ ଥିବା ପ୍ରତ୍ୟେକ ଓଡ଼ିଆ ଗୋଟିଏ ଦିନ ଆମ ନିଜର ମାତୃଭାଷା ଓଡ଼ିଆ ଲିପିରେ ନିଜେ ଦସ୍ତଖତ କରିବା ସହିତ ନିଜ ପିଲାମାନଙ୍କୁ ଓଡ଼ିଆ ଲିପିରେ ଦସ୍ତଖତ କରିବା ପାଇଁ ପ୍ରବର୍ତ୍ତାଇ ଓଡ଼ିଆ ଭାଷା ଆନ୍ଦୋଳନରେ ନିଜକୁ ସାମିଲ କରିବା ଆମ ସମସ୍ତ ଓଡ଼ିଆଙ୍କର ପରମ, ପବିତ୍ର କର୍ତ୍ତବ୍ୟ ବୋଲି ଦୃଢ଼ ଆହ୍ୱାନ ଜଣାଇ ଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୬୦୦ରୁ ଉର୍ଦ୍ଧ୍ବ ସମସ୍ତ ଛାତ୍ରୀଛାତ୍ରମାନେ,ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନେ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ, ସଦସ୍ୟା ଝରଣା ପାତ୍ର, ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା, ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ, ବିରଞ୍ଚି ନାଏକଙ୍କ ସମେତ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,ସଚ୍ଚିଦାନନ୍ଦ ତ୍ରିପାଠୀ, ସୁରେଶ କୁମାର ପଣ୍ଡା, ସୁଭାଷ କୁମାର ନନ୍ଦ, ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ଶିକ୍ଷାବିତ୍ ଡ଼ଃ ନିର୍ମଳ ସୁନ୍ଦର ମିଶ୍ର, ଆନ୍ତଃ ଜାତୀୟ ଖ୍ୟାତିସମ୍ପନ୍ନ କ୍ରୀଡ଼ା ଘୋଷକ ଅମୀୟ କୁମାର ଚାନ୍ଦଙ୍କ ସମେତ ବହୁ ପୂରାତନ ଛାତ୍ରୀ ଛାତ୍ର , ବର୍ତ୍ତମାନର ୬୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଛାତ୍ର ,ସେମାନଙ୍କର ପିତା ମାତା, ଅଭିଭାବକା, ଅଭିଭାବକ ମଧ୍ୟ ଯୋଗଦାନ କରି ମାତୃଭୂମି ଓ ମାତୃଭାଷାର ଟେକ ରଖିବା ନିମନ୍ତେ ଶପଥ ନେବା ସହିତ ଓଡ଼ିଆ ଲିପିରେ ଦସ୍ତଖତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ, ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର, ସ୍ମିତିସୁଧା ଜେନା,ଅନିତା ସାହୁ,ସ୍ମିତା ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ବିଶ୍ବାଳ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ।

ପରିଶେଷରେ ବିଦ୍ୟାଳୟର ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥନା ସଭାରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ଓ ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥିଙ୍କ ମିଳିତ ମାର୍ଗଦର୍ଶନରେ ବିଦ୍ୟାଳୟର ପ୍ରାୟ ୬୦୦ ଛାତ୍ରୀ ଛାତ୍ର ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।

Comments (0)
Add Comment