ମହିଷିଆକଡା ସେବାଶ୍ରମ ରେ ପିତାମାତାଙ୍କ ସହଭାଗିତା ବୈଠକ

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ମହିଷିଆକଡା ସେବାଶ୍ରମ ରେ ପିତାମାତାଙ୍କ ସହଭାଗିତା ବୈଠକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଙ୍କର୍ଷଣ ବେହେରା ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ବାଇଶି ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଭାପତି ସୁରେନ୍ଦ୍ର ହେମ୍ବ୍ରମ୍, ବିଶିଷ୍ଟ ଅତିଥି ଭାବେ ସୋରିଷିଆପଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଗଁଦିଆ ସଚ୍ଚିଦାନନ୍ଦ ପ୍ରୁଷ୍ଠି,ଧନିଆନାଳି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପ୍ରୁଷ୍ଠି, ରଘୁନାଥପୁର ସେବାଶ୍ରମ ର ପ୍ରଧାନ ଶିକ୍ଷକ ସୁଲଭ ଚନ୍ଦ୍ର ବାରିକ୍,ଆଇ,ସି,ଡି,ଏସ୍ ପରିଦର୍ଶିକା ଲୋଚନା ସେଠୀ, ଗ୍ରାମ୍ୟ କୃଷି କର୍ମଚାରୀ ପ୍ରଶାନ୍ତ ରାଉତ, ନିମନ୍ତ୍ରିତ ଅତିଥି ଭାବେ ସମାଜ ସେବୀ ବିଜୟ ଷଣ୍ଢ, ଉପସ୍ଥିତ ହୋଇ ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ କ୍ରମ ଉପରେ ଆଲୋଚନା କରିଥିଲେ।

ମୁଖ୍ୟ ବକ୍ତା ଭାବେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ରାଜ୍ୟ, ପ୍ରକୃତି ବନ୍ଧୁ,ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଉପସ୍ଥିତ ହୋଇ ଗୁଣାତ୍ମକ ଶିକ୍ଷା ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତାଙ୍କ ସହଭାଗିତା ଉପରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ସାହୁ ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ମଣିଷ ଗଢିବାକୁ ହେଲେ ନୈତିକ ଶିକ୍ଷା ଦେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ନାଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ଚନ୍ଦ୍ର ନାୟକ ସମଗ୍ର ଶିକ୍ଷା ଅଭିଯାନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ମଧ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କ ମାତାଙ୍କ ଦ୍ବାରା ଆୟୋଜିତ ଆଦିବାସୀ ନାଚ ସମସ୍ତ ଙ୍କୁ ବିମୋହିତ କରିଥିଲା। ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାର ସଫଳ ପ୍ରଭାବ ପିତା ମାତାଙ୍କ ଉପରେ ପଡିଥିଲା। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଓ ପରିଚାଳନା ପରିଷଦ ସଭ୍ୟ ସଭ୍ୟା ସକ୍ରୀୟ ସହଯୋଗ କରିଥିଲେ।

Comments (0)
Add Comment