ବଣିଆ ସଂଘ ଗୋଲ୍ଡ ଷ୍ଟାର୍ କ୍ଲବର ବିଶ୍ୱକର୍ମା ପୂଜା ଭସାଣୀ ଉତ୍ସବ

ଢେଙ୍କାନାଳ : ଢେଙ୍କାନାଳ ମୀନାବଜାରଠାରେ ବଣିଆ ସଂଘ ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୭ ତମ ବିଶ୍ୱକର୍ମା ପୂଜା ମହାଆଡମ୍ବର ସହ ଗତ ୧୭ ତାରିଖରେ ପାଳିତ ହୋଇଥିଲା । ତିନିଦିନ ଧରି ପୂଜା ହୋଇଥିଲା ।

ଏହି ପୂଜା ମହା ଆଡମ୍ବରପୂର୍ଣ୍ଣ ଭାବରେ ଅନୁଷ୍ଠାନର କର୍ମକର୍ତାମାନଙ୍କ ଦ୍ୱାରା ସଂପାଦନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ବାଳଭୋଗ, ମଣ୍ଡଳ ପଜା ଓ ବିଭିନ୍ନ ରୀତିନୀତି ସହ ପୂଜା ଆରମ୍ଭ ହୋଇଥିଲା । ଏହାପରେ ବିଭିନ୍ନ ପ୍ରକାର ଭୋଗର ଲାଗି କରାଯାଇଥିଲା ।

ଗତକାଲି ୧୯ ତାରିଖ ଦିନ ଜାଉଁଳୀ ପୋଖରୀ ଠାରେ ପ୍ରସାଦସେବନ ଭକ୍ତମାନେ ସେବନ କରିଥିଲେ । ଏହି ପୂଜା ୪ଦିନ ପର୍ଯ୍ୟନ୍ତ ଲାଗି ରହିବା ସହିତ ଆଜି ୨୦ ତାରିଖ ବୁଧବାର ସକାଳେ ହୋମ ପୂଜା ହୋଇ ବିସର୍ଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । କଟକ ତୁଳସୀ ବ୍ୟାଣ୍ଡପାର୍ଟି ଦ୍ୱାରା ଭସାଣୀ ଉତ୍ସବକୁ ସହରବାସୀ ଉତ୍ସାହର ସହିତ ଉପଭୋଗ କରିଛନ୍ତି ।

Comments (0)
Add Comment