‘ସାମ୍ବିଧାନିକ ମୂଲ୍ୟବୋଧ, ଭାରତୀୟ ରାଷ୍ଟ୍ରୀୟତା ଓ ଆମ ଦାୟିତ୍ୱ’ ସମ୍ପର୍କିତ ଆଲୋଚନା

ଅନୁଗୁଳ: ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନ, ବାଜିରାଉତ ଛାତ୍ରାବାସ, ଅନୁଗୁଳ ଜିଲ୍ଲା ସର୍ବୋଦୟ ମଣ୍ଡଳ, ୟୁସୁଫ ମେହେର ଅଲ୍ଲୀ ସେଣ୍ଟର, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଗାନ୍ଧୀ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ବାଜିରାଉତ ଛାତ୍ରାବାସ ଠାରେ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ସାମ୍ବିଧାନିକ ମୂଲ୍ୟବୋଧ, ଭାରତୀୟ ରାଷ୍ଟ୍ରୀୟତା ଓ ଆମ ଦାୟିତ୍ୱ’ ସମ୍ପର୍କିତ ବିଷୟରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ବକ୍ତା ଭାବେ ବକ୍ତବ୍ୟ ରଖିଥିଲେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଜୟ ବହିଦାର।

Comments (0)
Add Comment