ଶିକ୍ଷା ଆମକୁ ଅନ୍ଧାର ରୁ ଆଲୋକ ଦେଖାଇ ଥାଏ

ଢେଙ୍କାନାଳ : ଢେଙ୍କାନାଳ କଲେଜ ପଡା ୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଆୟୋଜିତ ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ସାକ୍ଷରତା ଦିବସ ର ମହତ୍ତ୍ବ ଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି ଶିକ୍ଷା ଆମ ଜୀବନ ଉପରେ ସୁପ୍ରଭାବ ପକାଇ ଥାଏ ଓ ଚରିତ୍ର ଗଠନ ର ଏହା ପ୍ରଧାନ ମାଧ୍ୟମ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିବା ସଙ୍ଗେ ସଙ୍ଗେ ସାକ୍ଷର ନହେଲେ ସମାଜର ପ୍ରାଧାନ ସ୍ରୋତ ରେ ସାମିଲ ହୋଇପାରିବେ ନାହିଁ ଓ ସମାଜ ଅଶିକ୍ଷିତ ବ୍ୟକ୍ତିବିଶେଷ ଙ୍କୁ ସମ୍ମାନ ଦେଇ ନଥାଏ ବୋଲି କହିଥିଲେ।

ଶିକ୍ଷକ ଅଶୋକ କୁମାର ପ୍ରଧାନ ନିଜେ ପଢି ଅନ୍ୟ କୁ ପଢାଇବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ଶିକ୍ଷା ଆମକୁ ଅନ୍ଧାର ରୁ ଆଲୋକ ଦେଖାଇବା ସହ ନୂତନ ପଥ ଦେଖାଇ ଥାଏ ଓ ପାଠ ପଢି ନ ଜାଣିଲେ ଠକାମୀ ର ଶିକାର ହେବାକୁ ପଡିଥାଏ ବୋଲି କହିଥିଲେ । ଶେଷରେ ଶିକ୍ଷୟିତ୍ରୀ ସରଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Comments (0)
Add Comment