ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସଂଘର ବୈଠକ

ଢେଙ୍କାନାଳ : ନୂତନ ଅନୁଦାନପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣ ମା’ଲକ୍ଷ୍ମୀ ମନ୍ଦିର ପରିସରରେ ସଭାପତି ଅମରେନ୍ଦ୍ର ନାଥ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ଆବାହକ ସଂଜୟ କୁମାର ହୋତା ସଭାର ଆଭିମୁଖ୍ୟ ପ୍ରଦାନ କରିବା ସହିତ ଅବସର ପ୍ରାପ୍ତ ଶିକ୍ଷକ, କର୍ମଚାରୀ ୩୦ବର୍ଷ ଶିକ୍ଷାୟତନରେ ସେବା ପ୍ରଦାନ କରି ଶୂନ୍ୟ ହସ୍ତରେ ସେବାନିବୃତ୍ତ ହୋଇ ଗୃହକୁ ପ୍ରତ୍ୟାବର୍ତନ କରିବା ସହ ମହଙ୍ଗା ବଜାରରେ ନିଜ ପରିବାର ସହ କିପରି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ତା’ର ଅବତାରଣା କରିଥିଲେ ।

ସମ୍ପାଦକ, ବିନୋଦ କୁମାର ସାହୁ ଉପସ୍ଥିତ ଶତାଧିକ ଶିକ୍ଷକ, ଶିକ୍ଷା କର୍ମଚାରୀଙ୍କର ସେବା ନିବୃତ ଅବସ୍ଥାର ଟିକିନିଖି ସୂଚନା ଦେବା ସହ ରାଜ୍ୟ ସରକାର ଗଠନ କରିଥିବା ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟିରେ ଆମ୍ଭର ଏକମାତ୍ର ଦାବୀ ପେନ୍ସନ୍ ସହ ଚାକେରୀ ସର୍ତାବଳୀ ପ୍ରଦାନ କରିବା ନିମିତ ଆଗାମୀ ବିଧାନସଭା ଅଧିବେଶନ ସମୟରେ ହଜାର ହଜାର ଶିକ୍ଷକ, ଶିକ୍ଷା କର୍ମଚାରୀ ଅହୋରାତ୍ର ଧାରଣା, ଆମରଣ ଅନଶନ ସହ ଆତ୍ମାହୁତି ଦେବା ପରି ଚରମ ପଦକ୍ଷେପ ନେବା ପାଇଁ ଆଜିର ବୈଠକରେ ମତ ପ୍ରକାଶ ପାଇଥିଲା ।

ଢେଙ୍କାନାଳ ଶିକ୍ଷକ ମହାସଂଘ ସମ୍ପାଦକ ବିପ୍ରବର ସାହୁ ଶିକ୍ଷକ ନିଜର ନ୍ୟାର୍ଯ୍ୟ ଦାବୀ ହାସଲ କରିବା ପାଇଁ ଦୁର୍ବାର ଆନେ୍ଦାଳନ କରିବା ପାଇଁ ଅବସର ଗ୍ରହଣ କରିଥିବା ବୟସରେ ମଧ୍ୟ ପଶ୍ଚାତ୍ପଦ ଦେବେ ନାହିଁ ବୋଲି ଏହାର ସମ୍ୟକ ସୂଚନା ଦେଇଥିଲେ । ପରିଶେଷରେ ଯୁଗ୍ମସଂପାଦକ ଅଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

Comments (0)
Add Comment