କାରାଗାରରେ ସ୍ୱାସ୍ଥ୍ୟ ଶିବିର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାରାଗାରରେ ବୁଧବାର ପୂର୍ବାହ୍ନରେ କଏଦୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ୫୫ଜଣ କଇଦୀଙ୍କ ଚର୍ମଜନିତ ରୋଗର ପରୀକ୍ଷାନିରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ଦିଆଯାଇଥିବାର କାରାପାଳ ପ୍ରସନ୍ନ କୁମାର ସାହୁ ସୂଚନା ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚର୍ମରୋଗ ବିଶେଷଜ୍ଞ ଡା. ବିଶ୍ୱଜିତ୍ ସାମଲ, ଡା. ମାନସୀ ମିଶ୍ର ଓ ଡା. ଉର୍ଜା ପାଣିଗ୍ରାହୀ ପ୍ରମୁଖ କଏଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କାରା ଅଧିକ୍ଷକ ଉର୍ମିଳା ମିଞ୍ଜ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ ।

Comments (0)
Add Comment