ଗଁଦିଆ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳ : ଗଁଦିଆ ବ୍ଳକ ସଦର ମହକୁମା ରେ ଅନୁଷ୍ଠିତ ହେବାକୁ ଥିବା ସ୍ବାଧୀନତା ଦିବସ ପାଳନ ପାଇଁ ଆଜି ଗଁଦିଆ ଉଚ୍ଚ ବିଦ୍ୟାଳୟ ରେ ଗଁଦିଆ ସଦର ମହକୁମା ସ୍ଥିତ ବିଦ୍ୟାଳୟ ମାନଙ୍କ ର ତିନୋଟି ବର୍ଗର ପ୍ରତିଯୋଗିତା ଗଁଦିଆ ବ୍ଳକ ସ୍ବାଧୀନତା ଦିବସ ପାଳନ କମିଟି ବୈଠକ ଅନୁଯାୟୀ କରାଯାଇଥିଲା।

ଗଁଦିଆ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁରଲୀଧର ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଚାରପତି ଭାବେ ଗଁଦିଆ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ରବିନାରାୟଣ ପରିଡ଼ା, ଅବସର ପ୍ରାପ୍ତ ଅନୁଶିକ୍ଷାନିରୀକ୍ଷକ ଅନନ୍ତ ଚରଣ ଶତପଥୀ, ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଯୋଗଦାନ କରିଥିଲେ ଓ କାର୍ଯ୍ୟ କୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ।

ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ‌ ଅଧିକାର କରିଥିବା ସଫଳ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ‌ ପୁରସ୍କାର ପ୍ରଦାନ ଆଗାମୀ ସ୍ବାଧୀନତା ଦିବସ ପାଳନ ଅବସରରେ ଗଁଦିଆ ବ୍ଳକ ମିନି ଷ୍ଟାଡିୟମରେ ଦିଆଯିବ ବୋଲି ଘୋଷଣା କରାଯାଇଛି।

Comments (0)
Add Comment