ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଏକାଦଶାହ ରେ ସ୍ମୃତି ସଭା

ଢେଙ୍କାନାଳ : ଗଁଦିଆ ଦୈନିକ ସମ୍ବାଦର ଗଁଦିଆ ବ୍ଳକ ପ୍ରତିନିଧି ଗଁଦିଆ ପ୍ରେସ କ୍ଲବ ର ସଭାପତି ମହେନ୍ଦ୍ର ସାହୁ ଙ୍କ ସହଧର୍ମିଣୀ ତଥା ଗଁଦିଆ ବ୍ଳକ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟରତା ସ୍ବର୍ଗତା ପ୍ରତିମା ସାହୁ ଙ୍କ ଏକାଦଶାହ ରେ ଗଁଦିଆ ପ୍ରେସ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ସ୍ବାଦ ହୋଟେଲ ପରିସରରେ ଗୋପୀନାଥ ମଣ୍ଡପ ରେ ସ୍ମୃତି ଚାରଣ ସଭା ଗଁଦିଆ ଡିଜିଟାଲ ମିଡିଆ ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ଗଁଦିଆ ପ୍ରେସ କ୍ଲବ ସଂପାଦକ ସରୋଜ କୁମାର ଶତପଥୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ସ୍ମୃତି ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗଁଦିଆ ସ୍ମୃତି ସଂସଦ ର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ, ଗଁଦିଆ ସ୍ମୃତି ସଂସଦ ର ଉପଦେଷ୍ଟା ତଥା ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ, ପୂର୍ବତନ ସରପଂଚ ଗଁଦିଆ ମଙ୍ଗରାଜ ବାରିକ, ସରପଞ୍ଚ ରତିକାନ୍ତ ସାହୁ ,ଅଜୟ କୁମାର ମହାନ୍ତି, ମାନଭଞ୍ଜନ ମହାନ୍ତି, ସମାଜସେବୀ ଲଳିତ କୁମାର ଦାସ, ସମାଜ ର ଜିଲ୍ଲା ସଦର ମହକୁମା ପ୍ରତିନିଧି ଶିଶିର କୁମାର ଶତପଥୀ, ଗଁଦିଆ ପ୍ରେସ କ୍ଲବ ଉପ ସଭାପତି ବାଦଲ ମହାନ୍ତି, ଡିଜିଟାଲ ମିଡିଆ ପ୍ରତିନିଧି ସୌମ୍ୟରଞ୍ଜନ ମହାନ୍ତି, ସକାଳ ପ୍ରତିନିଧି,ସୁଦାମ ଚରଣ ସାହୁ, ମହିମା ଗାଦି ସମ୍ବାଦ ପ୍ରତିନିଧି ଆନନ୍ଦ ମହାନ୍ତି, ଦୈନିକ ସମାଜ ଯୋରନ୍ଦା ପ୍ରତିନିଧି ପ୍ରତ୍ୟୁଷ ହରି ପ୍ରଧାନ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଡିଜିଟାଲ ମିଡିଆ ପ୍ରତିନିଧି କ୍ଷୀରୋଦ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment