ଆମେଚର ତାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ଏକାଦଶ ବାର୍ଷିକ କଲର ବେଲ୍ଟ ପରୀକ୍ଷା ଓ ପ୍ରଦାନ ଉତ୍ସବ

ଢେଙ୍କାନାଳ : ସହର ସ୍ଥିତ ଗୋପବନ୍ଧୁ ଟାଉନହଲ ପରିସରରେ ଆମେଚର ତାଇକୋଣ୍ଡା ଆସୋସିଏସନ ଏବଂ ଗୁରୁଦେବଜୀ ଗୁରୁକୁଳ ମାର୍ଶାଲ ଆର୍ଟ ଏକାଡେମୀ ପକ୍ଷରୁ ସାମରିକ କଳା ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ସେଣ୍ଟ ଜାଭିୟର ହାଇ ସ୍କୁଲର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ଆଇନଜୀବୀ ଅରୁଣ କୁମାର ସାହୁ, ସମାଜସେବୀ ଉଦେନ୍ଦୁ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲା ବେଳେ ଏହି ସଭାରେ ସଭାପତି ରତନ ନାୟାର ସଭାପତିତ୍ୱ କରିଥିଲେ।

ବିଧାୟକ ଶ୍ରୀ ସାମଲ କହିଲେ ଯେ, ଆଜିର ଦିନରେ ସମସ୍ତେ ଆତ୍ମରକ୍ଷା କୌଶଳ ଶିଖିବା ନିହାତି ଜରୁରି । ଏହି କଳାକୌଶଳ ଶିଖିବା ଦ୍ଵାରା ନିଜକୁ ସୁସ୍ଥ ରଖିବା ସହ ସୁରକ୍ଷା କରିପାରିବ । ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିବା ସହ ଛାତ୍ରଛାତ୍ରୀମାନଙ୍କର ତାଲାକୋଣ୍ଡାରେ ରାଜ୍ୟ ଦେଶ ଓ ବିଦେଶରେ ସୁନାମ ଅର୍ଜନ କରି ଢେଙ୍କାନାଳର ଗୌରବ ରଖିବାପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସେଠୀ ପିଲାମାନେ ପାଠ ପଢିବା ସହ ବିଭିନ୍ନ କ୍ରୀଡା ଶିକ୍ଷା ଲାଭ କଲେ ଫିଜିକାଲି ଫିଟ ରହିବା ସହିତ ନିଜକୁ ସୁସ୍ଥ ରଖିବେ ନିଜେ ସୁସ୍ଥ ରହିଲେ ପାଠ ପଢା ରେ ଆଗ୍ରହ ରହିବ । ବର୍ତ୍ତମାନ ସମୟରେ କେବଳ ଛାତ୍ରଛାତ୍ରୀ ମାନଙ୍କ ସହ ସବୁ ବର୍ଗରେ ଆତ୍ମରକ୍ଷା କୌଶଳ ଶିକ୍ଷାଲାଭ କରିବା ନିହାତି ଆବଶ୍ୟକ ହୋଇପଡିଛି ଯାହା ଆପଣ ମାନେ କୌଣସି ଅସୁବିଧା ରେ ପଡ଼ିଥିଲେ ନିଜକୁ ସୁରକ୍ଷିତ ରଖିପାରିବ। ଢେଙ୍କାନାଳ ଜିଲ୍ଲାରେ ତାଇକୋଣ୍ଡାର ଏକ ସ୍ଵତନ୍ତ୍ର ସୁନାମ ରହିଛି । ଏହାକୁ ବଜାୟ ରଖିବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେବାସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଉଚ୍ଚପ୍ରସଂଶା କରିଥିଲେ ଓ ଅନୁଷ୍ଠାନର ଗୁରୁ ତଥା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଏହି ମହାନ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ତଥା ପ୍ରତିଷ୍ଠାତା ୪ର୍ଥ ଡ୍ୟାନ ବ୍ଲାକ ବେଲ୍ଟ ମାଷ୍ଟର ଇଂ ସୋମ୍ୟବ୍ରତ ସାହୁ ବାର୍ଷିକ ବୀବରଣୀ ପାଠ କରିବା ସହ ଅନୁଷ୍ଠାନର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥି ମାନେ ଚଳିତ ବର୍ଷ ବ୍ଲାକ ବେଲ୍ଟରେ ଉତ୍ତୀର୍ଣ୍ଣ ହୋଇଥିବା ଜଗନ୍ନାଥ ରାଉତ, ସୋହମ୍ ସାହୁ, ଜାଗୃତି ତ୍ରିପାଠୀ, ସନ୍ତୋଷିନୀ ମହାପାତ୍ର ଓ ଆଦ୍ୟାଶା ନାୟକଙ୍କୁ ଅତିଥି ମାନେ ବେଲ୍ଟ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ ଏବଂ ଜାତୀୟ ସ୍ତରରେ ପଦକ ଆଣିଥିବା ଛାତ୍ରଛାତ୍ରୀ ଓ ଶ୍ରେଷ୍ଠ ଛାତ୍ର, ଛାତ୍ରୀ, ଲିଡ଼ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Comments (0)
Add Comment