ମହିମା ମହାବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଢେଙ୍କାନାଳ : ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟା ଶ୍ରୀମତୀ ସଞ୍ଜୁକ୍ତା ଜେନା, ତା. ୩୧.୦୭.୨୦୨୩ରିଖ ଦିନ ଚାକିରି ରୁ ସେବାନିବୃତ ହୋଇଅଛନ୍ତି। ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାଇତ୍ଵରେଥିବା ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ସଭାପତିତ୍ଵ କରିବା ସହିତ ଶ୍ରୀମତୀ ଜେନାଙ୍କ ଅନୁଷ୍ଠାନ ପ୍ରତି ଥିବା ଭଲ ପାଇବା ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ, ପ୍ରାଧ୍ୟାପକ ଆଦିକନ୍ଦ ମହାନ୍ତି, ଅଧ୍ୟାପକ ଜ୍ୟୋତିରଞ୍ଜନ ଦଲାଇ, ଅଧ୍ୟାପକ ଶରତ ଚନ୍ଦ୍ର ସ୍ଵାଇଁ, ଅଧ୍ୟାପକ ଦିଲ୍ଲୀପ କୁମାର ପଣ୍ଡା, ଅଧ୍ୟାପିକା ସସ୍ମିତା ଶତପଥୀ, ମୁଖ୍ୟକିରାଣୀ ଅଭିମନ୍ୟୁ ବେହେରା ପ୍ରମୁଖ ଶ୍ରୀମତୀ ଜେନାଙ୍କ କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତିତା, ଛାତ୍ରମାନଙ୍କ ପ୍ରତି ଥିବା ସ୍ନେହ ଏବଂ କର୍ମଚାରୀମାନଙ୍କ ସହିତ ଥିବା ଘନିଷ୍ଠତା ସମ୍ପର୍କରେ ଆଲୋଚନା କରିବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ଅଧ୍ୟାପିକା ଗୀତାଞ୍ଜଳି ସାହୁ ଶ୍ରୀମତୀ ଜେନାଙ୍କ ଉଦେଶ୍ୟରେ ମାନପତ୍ର ପଠନ କରିଥିଲେ।

ଶ୍ରୀମତୀ ସଞ୍ଜୁକ୍ତା ଜେନା ତାଙ୍କ ଅବସର କାଳୀନ ଭାଷଣରେ ଚାକିରି ଜୀବନର ସ୍ମୃତି ଅନୁଭୂତିକୁ ବର୍ଣ୍ଣନା କରିବା ସହିତ ଛାତ୍ରଛାତ୍ରୀ ତଥା ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିବା ସହିତ ତାଙ୍କୁ ମିଳିଥିବା ଭବ୍ୟ ସମ୍ବର୍ଦ୍ଧନା ପାଇଁ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେପରେ କର୍ମଚାରୀ ସଂଘ ତରଫରୁ ଉପଢଉକନ, ମାନପତ୍ର, ସ୍ମୃତିଫଳକ ଏବଂ ପୁଷ୍ପଗୁଚ୍ଛ ଆଦି ଅର୍ପଣ କରାଯାଇ ସମ୍ବର୍ଦ୍ଧିତ କରଯାଇଥିଲା।

ଏହି କାର୍ଯ୍ୟକ୍ରମକୁ କର୍ମଚାରୀ ସଂଘର ସମ୍ପାଦକ ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ସଂଯୋଜନା କରିବା ସହିତ ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments (0)
Add Comment