ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ : ଓଡାପଡା ବ୍ଲକ୍ ମହିନ୍ଦ୍ରପୁର ଗ୍ରାମର ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି ଯୋଗଦେଇ ସର୍ବ ପ୍ରଥମେ ବିଦ୍ୟାଳୟର ଆଲୁମିନି ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାମାନଙ୍କର ବିଦ୍ୟାଳୟ ପ୍ରତି ଆନ୍ତରିକତା ଓ ଉଦ୍ଯୋଗୀ ମନୋଭାବକୁ ସ୍ୱାଗତ କରିଥିଲେ ।

୫-ଟି ଅନ୍ତର୍ଗତ ସମସ୍ତ ସାଧନ ସାମଗ୍ରୀ ଗୁଡିକୁ ବ୍ୟବହାର କରି ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଏକ ଉତ୍ତମ ନାଗରିକ ହେବା ସହିତ ସେମାନଙ୍କର ବୌଦ୍ଧିକ ଓ ଶୈକ୍ଷିକ ଉନ୍ନତି ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଯନôବାନ ହେବା ଆବଶ୍ୟକ ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ ଓଡାପଡା ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର କାଲୋ ଯୋଗଦେଇ ବିଦ୍ୟାଳୟ ରପ ପରିବେଶ ଓ ଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଜ୍ୟୋତି ପ୍ରକାଶ ପରିଡା, ଜିଲ୍ଲାପରିଷଦର ସଭ୍ୟ ବାଳକୃଷ୍ଣ ସାହୁ, ଗଦାଶିଳା ଗ୍ରାମପଂଚାୟତରେ ସରପଂଚ କାଳନ୍ଦି ଚରଣ ସାହୁ, ବିଦ୍ୟାଳୟର ଆଲୁମୁନି ସଭାପତି ମୋହନ ମୁରାରୀ ମିଶ୍ର, ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଶଶାଙ୍କ ଶେଖର ରଥ,ପ୍ରାକ୍ତନ ଖେଳ ଶିକ୍ଷକ ପୁରୁଷୋତମ ରାଉତ ଯୋଗଦାନ କରିଥିଲେ ।

ଉମେଶ ରାଉତଙ୍କ ସ୍ୱର୍ଗୀୟା ଧର୍ମପତ୍ନୀଙ୍କୁ ଉତ୍ସର୍ଗୀକୃତ କରି ଚଳିତ ବର୍ଷ ୨୦୨୨-୨୩ ମସିହା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉକ୍ତ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ବିଶ୍ୱଜିତ୍ ଜେନାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ୧୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

ପୁରସ୍କାର ବିତରଣ ଅବସରରେ ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମର କୁମାର ମଲ୍ଲିକ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପରିଡା ଏବଂ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା କୁମାରୀ ମିଶ୍ରଙ୍କୁ ତାଙ୍କର ନିଷ୍ଠାପର କାର୍ଯ୍ୟଦକ୍ଷତା ଏବଂ ବିଦ୍ୟାଳୟ ପ୍ରତି ଥିବା ଆନ୍ତରିକ ମନୋଭାବ ହେତୁ ପୁଷ୍ପଗୁଚ୍ଛ ଉତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ ।

Comments (0)
Add Comment