ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ

ଢେଙ୍କାନାଳ :ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଞ୍ଜକାନ୍ତ ପକ୍ଷରୁ ବନମହୋତ୍ସବ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ନନ୍ଦ ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍କୁଲ୍ ର ଶିକ୍ଷୟତ୍ରୀ ମମତା ମହାପାତ୍ର, ଅନିତା ମିଶ୍ର ,ନିରୁପମା ମିଶ୍ର ,ମମତା ମହାପାତ୍ର ଙ୍କ ସହଯୋଗ ରେ ସ୍କୁଲ୍ ର ପରିସର ରେ ବୃକ୍ଷ ରୋପଣ କରାଯାଇଥିଲା l

ସ୍କୁଲ ର ସଭାପତି ସୁନୀତା ନାୟକ ଓ ପରିଚାଳନା କମିଟି ସଭ୍ୟା ସବିତା ତ୍ରିପାଠୀ ମାନେ ବୃକ୍ଷ ରୋପଣ କରିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ବୃକ୍ଷ ରୋପଣ ସହିତ ବୃକ୍ଷ ଗୁଡ଼ିକର କିପରି ଯତ୍ନ ନେବେ ସେ ବିଷୟ ରେ ପରାମର୍ଶ ଦେଇଥିଲେ l

ମୁଖ୍ୟ ଅତିଥି ଓ ଅନ୍ୟ ମାନେ ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ରୋପଣ ର ଗୁରୁତ୍ଵ ସହିତ ପରିବେଶ ନିମନ୍ତେ ଏହାର ଉପକାରିତା ବାବଦରେ ସଚେତନ କରିଥିଲେ l

ଓ ସମସ୍ତ ଛାତ୍ର ଛାତ୍ରୀ ନିଜ ଘରେ ଏକ ବୃକ୍ଷ ରୋପଣ କରି ଏହାକୁ ଯତ୍ନ ନେଇ ପରିବେଶ କୁ ସୁରକ୍ଷିତ ରଖିବାକୁ ଆହ୍ବାନ ଦେଇଥିଲେ ,ଏଥିରେ ୧୦୦ରୁ ଅଧିକ ଚାର ରୋପଣ କରିଯିବା ସହ ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ଚାରl ବଣ୍ଟନ କରାଯାଇଥିଲା l ଶେଷରେ ଶିକ୍ଷୟତ୍ରୀ ମମତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Comments (0)
Add Comment