ଢେଙ୍କାନାଳ ସ୍ଵଂୟ ଶାସିତ ମହାବିଦ୍ୟାଳୟ ରେ ବନମହୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସ୍ଵଂୟ ଶାସିତ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ରୁ ଅଧିକ ଗଛ ଲଗାଇ ପୃଥିବୀ କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ରକ୍ଷା ପାଇବା ପାଇଁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ବିଭାଗର ବାର୍ଷିକ ବୁଲେଟିନ ସ୍ପିରୁଲିନା କୁ ଉନ୍ମୋଚନ କରାଯାଇଥିଲା। ବିଭାଗୀୟ ମୁଖ୍ୟ ଡ଼ଃ ଅନିରୁଦ୍ଧ ଖିଲାର, ପ୍ରଶାସନିକ ମୁଖ୍ୟ ଡ଼ଃ ଦେବାଶିଷ ମହାନ୍ତି, ଏନ୍ ଏସ୍ ଏସ୍ ଅଧିକାରୀ ଡ଼ଃ ଦେବରାଜ ପରିଡ଼ା, ଶ୍ରୀ ଶାରଦା ପ୍ରସନ୍ନ ପତି, ଶ୍ରୀମତୀ ଚିନ୍ମୟୀ ସାହୁ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ।

ଉଦ୍ଭିଦ ବିଜ୍ଞାନ ସମ୍ମାନ ଛାତ୍ର ଆଶୁତୋଷ ସାହୁଙ୍କୁ ସର୍ବୋଚ୍ଚ ନମ୍ବର ରଖିଥିବାରୁ ସମ୍ମାନିତ କରାଯାଇଥିଲା।

ଏହାପରେ ପିଲାମାନେ କଲେଜରେ ବିଭିନ୍ନ ସ୍ଥାନରେ ଫୁଲ ଫଳ ଗଛ ଲଗାଇଥିଲେ।ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

Comments (0)
Add Comment