ଓଡ଼ିଶାର ପ୍ରତି ପରିବାରକୁ ପ୍ରତ୍ୟେକ ମାସରେ ୨୦୦ ୟୁନିଟ ଦେୟମୁକ୍ତ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବି

ଢେଙ୍କାନାଳ : ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ସମସ୍ତ ସହର ଗାଁରେ ଆପ୍‌ର କାର୍ଯ୍ୟକର୍ତ୍ତା ଘରକୁ ଘର ବୁଲି ଓଡ଼ିଶାର ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବି କରି ୫ ଲକ୍ଷରୁ ଉର୍ଦ୍ଧ୍ବ ବିଜୁଳି ଉପଭୋକ୍ତାଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଗତ ଜୁନ ୮ ତାରିଖରେ ଭୁବନେଶ୍ଵରରେ ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲା।

ରାଜ୍ୟ ସରକାର ଏଥିରେ କର୍ଣ୍ଣପାତ କରିବା ପରିବର୍ତ୍ତେ ବିଜୁଳି ବିତରକ ସଂସ୍ଥା “ଟାଟା କମ୍ପାନୀ ” ଦ୍ବାରା ବାରମ୍ବାର ଶୋଷଣ କରୁଛନ୍ତି।

ଠିକ୍ ଏତିକିବେଳେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଅନ୍ଯ ରାଜ୍ୟରୁ ବିଜୁଳି କିଣି ୭୫% ସମସ୍ତ ବର୍ଗର ଘରୋଇ ଉପଭୋକ୍ତାଙ୍କୁ ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ କରିଛନ୍ତି ଓ ପଞ୍ଜାବ ସରକାର ରାଜ୍ୟର ୮୮% ଘରୋଇ ଉପଭୋକ୍ତାଙ୍କୁ ମାସିକ ୩୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ କରିଛନ୍ତି।

ଦିଲ୍ଲୀ ଓ ପଞ୍ଜାବ ସରକାର ଦେୟମୁକ୍ତ ବିଜୁଳି ଉପଭୋକ୍ତାଙ୍କୁ ଯୋଗାଇ ମଧ୍ୟ ସେମାନଙ୍କ ଋଣଭାର କମଥିବା ବେଳେ ଓଡ଼ିଶା ସରକାର ବିଦ୍ୟୁତ୍ ଦର ବଢାଇ ମଧ୍ୟ ଓଡ଼ିଶାର ଋଣଭାର ବଢ଼ି ଚାଲିଛି। ଓଡ଼ିଶା ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ହୋଇ ହୋଇ ଅନ୍ୟ ରାଜ୍ୟକୁ ବିକ୍ରି କରୁଥିବା ବେଳେ ଏଠାରେ ବିଦ୍ୟୁତ ଦର ବଢାଇ ଓଡ଼ିଶାବାସୀଙ୍କୁ ଦୀର୍ଘ ଦିନ ଧରି ଶୋଷଣ କରିଚାଲିଛନ୍ତି।

ପର୍ଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ କାଦପଡା, କାମାକ୍ଷାନଗର ବ୍ଲକ ଅଁଳାବେରେଣି ପଞ୍ଚାୟତ ଶାଳପଡା, ଓଡ଼ାପଡ଼ା ବ୍ଲକ ବଳରାମ ପୁର ପଞ୍ଚାୟତର ଦଳିତ ବସ୍ତିର ଲୋକମାନେ ମାସ ମାସ ଧରି ବିଜୁଳି ସେବାରୁ ବଞ୍ଚିତ ଅଛନ୍ତି।

ଏପରିକି ଢେଙ୍କାନାଳ ପୌରାଞ୍ଚଳ ବିଭିନ୍ନ ଦଳିତ ବସ୍ତି, ହାଟ ରୋଡ ଦଳିତ ବସ୍ତିର ସୌଭାଗ୍ୟ ଯୋଜନାର ହିତାଧିକାରୀଙ୍କୁ ଗତ ଛମାସ ହେଲା ଟାଟା ପାଓ୍ବାର ସେମାନଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରିଛନ୍ତି।
ଏସବୁ ସମସ୍ୟା ଗୁଡିକର ସମାଧାନ ଯୋଗୁଁ ଆସନ୍ତା ଜୁଲାଇ ୫ ଦିନ ସକାଳ ୧0 ଟା ବେଳେ ଆମ୍ ଆଦମୀ ପାର୍ଟି ପକ୍ଷରୁ ସ୍ଥାନୀୟ ବାଜିଚୌକ ଛକ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲିରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯିବ l

ଏହି ଆନ୍ଦୋଳନରେ ଢ଼େଙ୍କାନାଳବାସୀ ବିପୁଳ ସଂଖ୍ୟାରେ ଯୋଗଦେଇ ଆନ୍ଦୋଳନକୁ ସଫଳ କରିବାପାଇଁ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକ ନିବେଦନ କରିଛନ୍ତି l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଯୁଗ୍ମ ସମ୍ପାଦକ ଚିନ୍ମୟ ସେନାପତି ଓ ସଦସ୍ୟ ଜିତେନ୍ଦ୍ର ବେହେରା ଉପସ୍ଥିତ ଥିଲେ l

Comments (0)
Add Comment