ଶ୍ରୀ ଗୁଣ୍ଡିଚା ଭଜନ ସଂଧ୍ୟାର ତୃତୀୟ ଦିବସ

ଢେଙ୍କାନାଳ : ଢେଙ୍କାନାଳ ବାଜିଚୌକ ଠାରେ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ତୃତୀୟ ଦିବସରେ ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ସମ୍ମାନିତ ଅତିଥି ଭାବେ ପଣ୍ଡିତ ମାତୃପ୍ରସାଦ ମିଶ୍ର, ପୈାରଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ଅଶୋକ ଦାସ, ଆମ ପ୍ରତିଭା ଆମ ସମ୍ମାନର ଅଧକ୍ଷ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ମାହୁନ୍ତ ଓ ସମାଜ ସେବୀ ନରେନ୍ଦ୍ର ବେହେରା ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।

ଉତରି ଓ ଫୁଲ ତୋଡା ଦିଆଯାଇ ଅତିଥିମାନଙ୍କୁ ସମ୍ବର୍ଧନା କରାଯାଇଥିଲା।ଆଜି ତୃତୀୟ ଦିବସ ରେ କଟକ ବିଡାନାସୀ ଭକ୍ତି ଚନ୍ଦନ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। କଣ୍ଠଶିଳ୍ପୀ ଜତିନ୍ କୁମାର ମିଶ୍ର, କୁମାର ଅରୁଣ, କୁମାର ବିଷ୍ଣୁ,ସନ୍ଦିପ ସାହୁ,ସନ୍ତୋଷ ସାହୁ ଭଜନ ପରିବେଷଣ କରିଥିଲେ।

ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଜଗନ୍ନାଥ ସଂସ୍କୃତିର ସମ୍ୟକ ଧାରଣା ଦେଇ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ଏହାର ସୁଯୋଗ ନେବାକୁ ଅନୁରୋଧ କରିଥିଲେ ।

ଏହି ୨୪ ବର୍ଷ ଭଜନ ସମାରୋହ ଉପରେ ଆଲୋକପାତ କରିବା ସହିତ ଅନୁଷ୍ଠାନର ଉତରୋତର କାମନା କରିଥିଲେ ।

ସଭାପତି ରୁଦ୍ରାନ୍ନ କୁମାର ଦଳେଇ, ଉପସଭାପତି ସ୍ୱରୂପାନନ୍ଦ ଦାସ, ସଂପାଦକ ସାଗୀର ମହମ୍ମଦ, ସହ-ସମ୍ପାଦକ ରଞ୍ଜନ କୁମାର ନାଏକ, ଉପଦେଷ୍ଟା ଓ ସଭ୍ୟମାନେ ପରିଚାଳନା କରିଥିଲେ ।

Comments (0)
Add Comment