ଭାପୁର ରଥଯାତ୍ରା ପ୍ରବଳ ଜନସମାଗମ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାପୁର ଠାରେ ପାରମ୍ପରିକ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ସନ୍ଧ୍ୟା ୬ ମିନିଟ୍ରେ ମାଉସୀ ମା ମନ୍ଦିରରେ ତିନିରଥ ପହଞ୍ଚିଲା ।

ଭାପୁର ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଦେଢ ଶହ ବର୍ଷର ପୁରୁଣା ପରମ୍ପରା । ମଙ୍ଗଳବାର ସକାଳେ ଶ୍ରୀ ଜୀଉ ଙ୍କର ଅବକାଶ ,ମଇଲମ ଆଦି ପରମ୍ପରା ଅନୁଯାଇ ଠାକୁର ଙ୍କର ନୀତି କାର୍ଯ୍ୟ ୨ ଟା ରୁ ଆରମ୍ଭ ହୋଇଥିଲା,ପହଣ୍ଡି ବିଜେ ୩ ଟା ରୁ ଆରମ୍ଭ ହୋଇ ୪ ଟା ରେ ରଥ ଟଣା ଆରମ୍ଭ ହୋଇଥିଲା।

ଭାପୁର ବଜାର ନିକଟସ୍ଥ ମାଉସୀ ମା ମନ୍ଦୀର ଠାରେ ୫:୩୦ ରେ ୩ ରଥ ପହଂଚିଥିଲା।ରଥ ଟାଣ ବେଳେ ହରିବୋଲ ,ହୁଳହୁଳି,ଘଣ୍ଟ ଘଣ୍ଟି ,ଜୟ ଜଗନ୍ନାଥ ଧ୍ଵନି ରେ ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲାଶଙ୍ଖ, ଘଣ୍ଟ ଘଣ୍ଟା ,ବିରକାହାଳୀ, ହରିବୋଲ ,ହୁଳହୁଳି ଆଦିରେ ଛଦେଶ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା ।

ଶ୍ରୀ ବଳଭଦ୍ର , ଦେବୀ ସୁଭଦ୍ରା ,ଶ୍ରୀ ଜଗନ୍ନାଥ ଙ୍କ ସୁସଜ୍ଜିତ ରଥ କୁ ଶ୍ରଦ୍ଧାଳୁ ମାନେ ଟାଣିଟାଣି ଭାପୁର ବଜାର ନିକଟରେ ଥିବା ମାଉସୀ ମା ଙ୍କ ମନ୍ଦିର ପହଞ୍ଚି ଥିଲେ । ଭୀଷଣ ଗରମ ସତ୍ୱେ ପ୍ରବଳ ଜନ ସମାଗମ ହୋଇଥିଲା । ମହିଳା ମାନେ ଦେବୀ ସୁଭଦ୍ରାଙ୍କ ରଥ କୁ ଟାଣି ଥିଲେ ।

ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠି ଙ୍କ ନେତ୍ୱତରେ ଏକ ପ୍ଲାଟୁନ ପୁଲିସ୍ ଶାନ୍ତି ଶୃଖଳା ରକ୍ଷା କରିଥିଲେ । ଛଦେଶ ଅଞ୍ଚଳ ର ଘଟିପିରି, ଦିନବନ୍ଧୁପୁର ଓ ବାଲ୍ୟମ୍ବା ରେ ଶାନ୍ତି ଶୃଖଳାରେ ରଥଯାତ୍ରା ଅନୁଷ୍ଟିତ ହୋଇଯାଇଛି ।

ଜଗନ୍ନାଥ ମନ୍ଦିର କମଟିି ସଭାପତି ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସେବାକାର୍ଯ୍ୟ ତ୍ୱାରାନ୍ୱିତ କରିଥିଲେ ।ସେହିଭଳି ଘଟିପିରି, କାକୁଡିଭାଗ ,ବାଲ୍ୟମ୍ବା ଓ ଦୀନବନ୍ଧୁପୁର ଗ୍ରାମ ରେ ରଥ ଟଣା ଯାଇଥିଲା।

ବିଶେଷ କରି ଘଟିପିରି ଜଗନ୍ନାଥ ମନ୍ଦୀର ଠାରୁ ମାଉସୀ ମା ମନ୍ଦୀର ଘଟିପିରି ବଜାର ପର୍ଯ୍ୟନ୍ତ ରଥ ଟଣା ରେ ଲୋକରଣ୍ୟ ହୋଇ ଉଠିଥିଲା ଯାହା ଫଳ ରେ ପୁରୁଣା କଟକ ସମ୍ବଲପୁର ରାସ୍ତା ୨ ଘଣ୍ଟା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ଏହି ଟ୍ରାଫିକ ସମସ୍ୟା କୁ ଦୂର କରିବା ପାଇଁ ଭାପୁର ପୋଲିସ ସହଯୋଗ କରିଥିଲେ।

Comments (0)
Add Comment