ଢେଙ୍କାନାଳ : ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗତ ଖରିଫ୍ ଋତୁରେ ଜିଲ୍ଲାରେ ହୋଇଥିବା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ଉଦେ୍ଦଶ୍ୟ ନେଇ ୫ଟି ବ୍ଲକ୍ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରୁ ୫ଟି ମାଣ୍ଡିଆ ରଥ ଗଡିଛି ।
ଜିଲାପାଳ ସରୋଜ କୁମାର ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ମାଣ୍ଡିଆ ରଥର ଶୁଭଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ମାଣ୍ଡିଆ ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ବୋଲି କହିବା ସହିତ ଖାଦ୍ୟ ଥାଳିରେ ମାଣ୍ଡିଆକୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଓଡିଶା ମିଲେଟ୍ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରାକେଶ କୁମାର ସାହୁ ଏବଂ ଅନ୍ୟତମ କର୍ମକର୍ତ୍ତା ଜୟରାମ ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଅବସରରେ ରଥ ଢେଙ୍କାନାଳ ଜିଲାର ଓଡାପଡା, ହିନେ୍ଦାଳ, କାମାକ୍ଷାନଗର, କଙ୍କଡାହାଡ ଏବଂ ଭୁବନ ବ୍ଲକ୍ର ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର କରିଥିଲେ । ପ୍ରଚାରରେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା ।