ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ଗତ ୨୦ ତାରିଖରେ ସ୍ଵାମୀ ଦିଲ୍ଲୀପ ନାୟକ ଓ ସ୍ତ୍ରୀ’ ଲିସାରାଣୀ ଦେହୁରୀଙ୍କ ଗୋଟିଏ ଦିନରେ ମୃତ୍ୟୁ ଘଟଣା ରେ ଗ୍ରାମବାସୀ ମେଲି ବାନ୍ଧିଛନ୍ତି | ଲିସାରଣୀ ଙ୍କ ର ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ମାରି ଶାଶୁ ଘର ଲୋକ ଟଙ୍ଗାଇ ଦେଇଛନ୍ତି ବୋଲି ହରେକୃଷ୍ଣ ପୁର ଗ୍ରାମବାସୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଅଭିଯୋଗ କରିଛନ୍ତି |
ଏପରି ଅଭିଯୋଗ ଦୁଇ ଦିନ ତଳେ ଲିସାଙ୍କ ବାପା ଆନନ୍ଦ ଦେହୁରୀ ଅଭିଯୋଗ କରିଥିଲେ | ଅଭିଯୋଗ ପାଇଁ ଆସିଥିବା ଗ୍ରାମବାସୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଆରକ୍ଷୀ ଅଧିକ୍ଷକ ଙ୍କ ଗାଡି କୁ ଅଟକାଇ ଅଭିଯୋଗ କରିଛନ୍ତି |
ଏବେ ଉଭୟ ଦିଲ୍ଲୀପ ଓ ଲିସାଙ୍କ ଏହି ମୃତ୍ୟୁ କୁ ୫ଦିନ ବିତିଯାଇଛି | ହେଲେ ଲିସା ଆତ୍ମହତ୍ୟା କଲେ ନା ତାଙ୍କୁ ମାରିଦିଆଗଲା ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି | ଯଦିଓ ଲିସାଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପଘର ତରଫରୁ ସଦର ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି, ମାତ୍ର ପୁଲିସ ଏ ମାମଲାରେ କାହାରିକୁ ଗିରଫ କରିନାହିଁ |
ହରେକୃଷ୍ଣପୁର ଗ୍ରାମବାସୀ ଏହି ଘଟଣାର ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସୋମବାର ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି | ପୂର୍ବାହ୍ନ ୧୨ଟାରେ ଗ୍ରାମର ୩୦ରୁ ଅଧିକ ଲୋକ ପୁଲିସର ନିଷ୍କ୍ରିୟତା ଓ ଟାଳଟୁଳ ନୀତି ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ |
ଏହାପରେ ସେଠାକୁ ଏସପି ଆସିବା ପରେ ଉତ୍ୟକ୍ତ ଗ୍ରାମବାସୀ ତାଙ୍କୁ ମଧ୍ୟ ଘେରିଯାଇଥିଲେ | ତେବେ ଟାଉନ ଥାନା ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଏସପିଙ୍କ ଗାଡିକୁ ଛାଡିଥିଲେ | ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ 8 ମାସ ତଳେ ହରେକୃଷ୍ଣପୁରର ଦିଲ୍ଳୀପ ଲିସାଙ୍କୁ ପ୍ରେମ ବିବାହ କରିଥିଲା | ମାତ୍ର ପ୍ରଥମେ ଦିଲ୍ଲୀପଙ୍କ ବାପା ଜଗବନ୍ଧୁ ଲିସାଙ୍କୁ ବୋହୁ ରୂପେ ମାନିବାକୁ ନାରାଜ ଥିଲେ | ତଥାପି ଦିଲ୍ଲୀପ ନିଜ ଘରଲୋକଙ୍କୁ ବୁଝାସୁଝା କରି ଲିସାଙ୍କୁ ଆଣିଥିଲା |
ଲିସାଙ୍କ ହଠାତ ମୃତ୍ୟୁ ଖବର ପାଇ ଦିଲୀପ ଘର କୁ ଫେରୁ ଥିବା ବେଳେ ଦୁର୍ଘଟଣା ରେ ତାଙ୍କ ମୃତ୍ୟୁ ହେବା ଗ୍ରାମବାସୀ କହୁଛନ୍ତି | ଲିସା ଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବା ରୁ ତାଙ୍କୁ ବଡ଼ିଆ ପିଟା ନେଇ ଗ୍ରାମବାସୀ ଅଭିଯୋଗ କରି ଛନ୍ତି | ଏଣୁ ଲିସାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ଉପରେ ଗ୍ରାମବାସୀ ତଦନ୍ତ ଦାବି କରିଛନ୍ତ|