ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗଦାଶିଳା ପଞ୍ଚଯାତ ର ଧାନ ମଣ୍ଡିରେ ଲାଗିରହିଥିବା ସମସ୍ୟାର ସମାଧାନ ନିମନ୍ତେ ଚାଷୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି | ଓଡାପଡା ବ୍ଲକ ଗଦାଶିଳା ଗ୍ରାମର ସମସ୍ତ ଚାଷୀ ବର୍ଷ ସାରା ଧାନ ଚାଷ ଉପରେ ନିର୍ଭର କରିନ୍ତି | ଚଳିତ ବର୍ଷ ବାରମ୍ବାର ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ଫଳରେ ଚାଷୀ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଂଗିପଡ଼ିଥିବା ବେଳେ ଗଦାଶିଳା ସମବାୟ ସମିତିରେ ଧାନ କିଣାକୁ ନେଇ ୨ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଧାନ କିଏ ସଂଗ୍ରହ କରିବ ଏହାକୁ ନେଇ ବିବାଦ ଲାଗି ଲାଗିଛି |
ଏଥିଯୋଗୁ ଚାଷୀ ମାନେ ଧାନ ବିକି ନ’ ପାରି ଅସୁବିଧାରେ ରହିଛନ୍ତି l ଗତ ଲଘୁଚାପ ଜନିତ ବର୍ଷାରେ ମଣ୍ଡିରେ ଧାନ ପଡି ରହି ନଷ୍ଟ ହେବାକୁ ବସିଥିଲାବେଳେ ଏହି ୨ ସ୍ୱୟଂ ସହାୟକ ଙ୍କ ବିବାଦ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି l ନା ଧାନ ବିକ୍ରୟ ହେଇ ପାରୁଛି ନା ସେପଟେ ଧାନ କୁ ବର୍ଷା ଦାଉରୁ ରକ୍ଷା କରିହେଉଛି | ଏହାକୁ ନେଇ ଚାଷୀ ନବନିର୍ମାଣ କୃଷକ ସଂଗଠନ ଜରିଆରେ ଆସି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଏହାର ସମାଧାନ କରିବାକୁ ଅନୁରୋଧ କରିଛନ୍ତ |
ଯଦି ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର କରାନଯାଏ ତେବେ କୃଷକ ସଂଗଠନ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି l ଏ ସମ୍ପର୍କରେ ଢେଙ୍କାନାଳ ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ ସମସ୍ୟା ର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି |