ଢେଙ୍କାନାଳ: ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ପୁଣି ଆଉ ଜଣେ ମହିଳା । ଢେଙ୍କାନାଳ ଜିଲ୍ଲା ମହ୍ଲାରସାହି ନିକଟରେ ୨୫ ବର୍ଷର ଭେଣ୍ଡିଆ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା।
ମାଧବୀଙ୍କ ଅଭିଯୋଗ ମୁତାବକ ସେ ୧୯୯୫ ମସିହାରେ ମହିନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ।ପରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ପ୍ରାପ୍ତ ହୋଇଥିଲେ।ବିବାହର ଦୁଇବର୍ଷ ପରେ ସ୍ୱାମୀ ମହିନ୍ଦ୍ର ତାଙ୍କୁ ବାଡ ବାଡି କରି ଘରୁ ତଡି ଦେଇଥିଲେ।ପରେ ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସେ ସ୍ୱାମୀଙ୍କ ଅନୁପସ୍ଥିତିରେ ଶଶୁର ଘରେ ରହିଥିଲେ।ପରେ ମାଧବୀଙ୍କୁ ତାଙ୍କ ନଣନ୍ଦ ଦିଅର ଓ ଶଶୁର ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ।ଫଳରେ ବାଧ୍ୟ ହୋଇ ସେ ନିଜ ବାପଘର ବଲାଙ୍ଗିର ପଳାଇଥିଲେ।ମାଧବୀ ବଲାଙ୍ଗିରରେ ରହୁଥିବା ଅବସ୍ଥାରେ ମହେନ୍ଦ୍ର ତାଙ୍କ ସହ ଫୋନ ମାଧ୍ୟମରେ ତ ଆଉ କେତେବେଳେ ବଲାଙ୍ଗୀର ଯାଇ ଯୋଗାଯୋଗ ରଖୁଥିଲେ ବୋଲି ମାଧବୀ କହିଛନ୍ତି।