Take a fresh look at your lifestyle.

ପୁସ୍ତକ ଉନ୍ମୋଚନ ଉତ୍ସବ

0 16

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଶ୍ରୀରାମ ମଣ୍ଡପ ଠାରେ ସ୍ୱସ୍ତିକା ପ୍ରକାଶନୀ ପକ୍ଷରୁ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କବି ଅବନୀ ମିଶ୍ର ଙ୍କ କବିତା ସଙ୍କଳନ ବିଶ୍ଵାସର ରାତି ଟିଏ, କବି ମନୋରମା ସିଂହ ଙ୍କର ସମିଧ ମନୋଯଜ୍ଞର, ଏବଂ କବି ବିପିନି ବିହାରୀ ଖୁଣ୍ଟିଆ ଙ୍କ ବିପିନି ବିହାରୀ ଗ୍ରନ୍ଥାବଳୀ ଲୋକାର୍ପଣ ହୋଇଥିଲା।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ଦାସ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ କବି ଲେଖକ ସମାଜ ର ଦିଗ୍ ଦର୍ଶକ ଓ ଦ୍ରଷ୍ଠା ଭାବରେ କାର୍ଯ୍ୟ କରିଥାନ୍ତି, ସାଧାରଣ ମଣିଷ ଠାରୁ ଅଧିକ ଚିନ୍ତନ ଶିଳ ହୋଇ ସମାଜ ଗଢିବାରେ ବ୍ରତୀ ହୋଇଥାନ୍ତି ବୋଲି ମତ ବ୍ୟକ୍ତ କରିଥିଲେ।

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧିକ୍ଷକ ଯନ୍ତ୍ରୀ ଇଁ ସୁରେନ୍ଦ୍ର କୁମାର ବେହେରା , ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀମତୀ ପୁଷ୍ପଲତା ରଥ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାଧ୍ୟାପକ ଅଟଳ ବିହାରୀ ଦାସ, ପଣ୍ଡିତ ପ୍ରମୋଦ ମିଶ୍ର, ଏବଂ ଅର୍ଯ୍ୟରତ୍ନ ଚକ୍ରଧର ପୁସ୍ତକ ଗୁଡ଼ିକୁ ସମୀକ୍ଷା କରିଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରାରମ୍ଭରେ କବି କ୍ଷୀରୋଦ ନାୟକ ଙ୍କ ସଭାପତିତ୍ୱରେ କବି ନିର୍ମଳା ମହାପାତ୍ର, ପଣ୍ଡିତ ପ୍ରତାପ କିଶୋର ନନ୍ଦ କବିତା ପାଠ କୁ ସଂଯୋଜନା କରିଥିଲେ।

ବହୁ କବି ସ୍ବରଚିତ କବିତା ପାଠ କରିଥିଲେ। ଶରତ କୁମାର, ପୁରୁଷୋତ୍ତମ ନନ୍ଦ, ଶତୃଘ୍ନ ମାଟି, ବେହେରା, ସୁଶାନ୍ତ କୁମାର ପାଣି, ବିଜ୍ଞାନ ମହାନ୍ତି, ଶ୍ରୀକାନ୍ତ କୁମାର ସ୍ୱାଇଁ, ପ୍ରୀତି ରଞ୍ଜନ ପତି ପ୍ରମୁଖ କାର୍ଯ୍ଯ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କବି ମନୋରମା ସିଂହ ଙ୍କ ପୁତ୍ର ସଂଗ୍ରାମ ସିଂହ ଓ ପରିବାର ବର୍ଗ, କବି ବିପିନ୍ ବିହାରୀ ଖୁଣ୍ଟିଆ ଙ୍କ ପତ୍ନୀ ଶ୍ରୀମତୀ ସକୁନ୍ତଳା ଖୁଣ୍ଟିଆ ପୁତ୍ର ହିରଣ୍ୟ ଖୁଣ୍ଟିଆ ଓ ପରିବାର, କବି ଅବନୀ ମିଶ୍ର ଙ୍କ ପତ୍ନୀ ସସ୍ମିତା ମିଶ୍ର , ଭାଇ ଅରୁଣ ମିଶ୍ର ଓ ପରିବାର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ।

ପରି ଶେଷରେ ସ୍ଵସ୍ତିକା ପ୍ରକାଶନୀ ର ମୂଖ୍ୟ ଜ୍ଞାନେନ୍ଦ୍ର ସାହୁ ଧନ୍ୟ ବାଦ ଅର୍ପଣ କରିଥିଲେ। ବହୁମାନ୍ୟ ଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଓ ସାରସ୍ଵତ ସାଧକ ଯୋଗ ଦେଇଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.