Take a fresh look at your lifestyle.

ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଓଡିଶା ଟିମକୁ ୧ସ୍ୱର୍ଣ୍ଣ ଓ ୩ ରୋୖପ୍ୟ ପଦକ

0 26

Get real time updates directly on you device, subscribe now.

ଢେଙ୍କାନାଳ: ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ପ୍ରତିଯୋଗୀଙ୍କ ସଫଳତା, କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ଜଣାଇଲେ ଶୁଭେଚ୍ଛା । ।ମହାରାଷ୍ଟ୍ରର ପୁନେ ସହର ସ୍ଥିତ ନିୟୁ ପ୍ରଭୁ ଶ୍ରୀଲର୍ନ ପରିସରରେ ଭାରତର ବିଭିନ୍ନ ତାଇକୋଣ୍ଡୋ ଏକାଡେମୀ, ଆସୋସିଏସନ ଓ କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ଓପେନ ତାଇକୋଣ୍ଡୋ ପ୍ରତିଯୋଗିତା ଫ୍ରେବୁଆରୀ ମାସ ୪ ଓ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟକୁ ଢେଙ୍କାନାଳ ଟିମ ପ୍ରତିନିଧିତ୍ଵ କରିଥିଲା ଏବଂ ସେଥିରେ ସବ୍ ଜୁନିୟର, କ୍ୟାଡେଟ୍, ଜୁନିୟର ଓ ସିନିୟର ବିଭାଗରେ କ୍ୟୁରୋଗୀ ଓ ପୁମସେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ଓଡ଼ିଶାକୁ ଗୁରୁଦେବଜୀ ଗୁରୁକୁଳ ଏବଂ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲର ଛାତ୍ର ଯୁବରାଜ ସାହୁ ରୋପ୍ୟ ଓ ଶୁଭ୍ରାଂଶୁ ସାହୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଦ୍ୱିତୀୟ ଦିନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଯାଜ୍ଞାଶ୍ରୀ ଶତପଥୀ ଦୁଇଟି ବିଭାଗରେ ୨ଟି ରୋୖପ୍ୟ ପଦକ ଓଡ଼ିଶା ପାଇଁ ହାସଲ କରିଥିଲେ ।

ଏହି ଗ୍ରସ୍ତରେ ଟିମ ସହିତ ମ୍ୟାନେଜର ଭାବେ ରୁଦ୍ରନାରାୟଣ ଶତପଥୀ, ଝିଲ୍ଲୀରାଣୀ ସାହୁ ଏବଂ ଓଡିଶା ଟିମ କୋଚ୍ ଭାବରେ ଆମେଚର ତାଇକୋଣ୍ଡୋ ଆସୋସିଏସନ ଢେଙ୍କାନାଳର ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ସ୍ୱତନ୍ତ୍ର କୌଶଳ ସହ ଉତ୍ସାହିତ କରିଥିବାରୁ ଏହି ସଫଳତା ଓଡିଶା ରାଜ୍ୟକୁ ତଥା ପ୍ରତିଯୋଗୀ ମାନଙ୍କୁ ମିଳି ପାରିଛି ବୋଲି ପ୍ରତିଯୋଗୀ, ଅଭିଭାବକ ଓ ଶୁଭେଚ୍ଛୁ ମାନେ ମତବ୍ୟକ୍ତ କରିବା ସହ ବିଭିନ୍ନ ମହଲରୁ ଭୂୟଂସି ପ୍ରଶଂସା କରିବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।

ଆଜି ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ କୃତି ପ୍ରତିଯୋଗୀ ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇବା ସହ କୋଚ୍ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଏହି ସଫଳତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଜିଲ୍ଲାପାଳ ସଫଳ ପ୍ରତିଯୋଗୀଙ୍କୁ ଏହି ଭଳି ନିରନ୍ତର ପ୍ରୟାସ କରିଲେ ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ପଦକ ହାସଲ ନିମନ୍ତେ ପ୍ରେରଣା ପ୍ରଦାନ କରିଥିଲେ ଏବଂ ଏହା ସହ କହିଥିଲେ ବର୍ତ୍ତମାନ ସମୟରେ ସମର କଳା ତାଇକୋଣ୍ଡୋ ଏକ ଆତ୍ମରକ୍ଷା କୌଶଳର ପ୍ରମୁଖ ମାଧ୍ୟମ ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଏହି କଳା ଶିଖିବା ପାଇଁ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆମେଚର ତାଇକୋଣ୍ଡୋର କୋଚ୍ ରବୀନ୍ଦ୍ର ପରିଡ଼ା ଓ ଗୁରୁଦେବଜୀ ଫାଉଣ୍ଡେସନର ସଦସ୍ୟ ସୁଚିତ୍ର ବେହେରା ଉପସ୍ଥିତରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.