Take a fresh look at your lifestyle.

ଭବାନୀପାଟଣା: କୋଭିଡ କଟକଣା ରେ ପାଳିତ ହେବ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

0 13

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାପାଳ ଡଃ ଗାଭାଳି ପରାଗ ହର୍ଷଦଙ୍କ ଅଧ୍ଯକ୍ଷତାରେ ଭର୍ଚୁଆଲ ମୋଡରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୨ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତ ଙ୍କୁ ସ୍ୱାଗତ କରି ଦିବସ ପାଳନ ପାଇଁ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ୨୬.୦୧.୨୦୨୨ ରିଖ ଦିନ ସକାଳ ୫.୦୦ ଘ. ସମୟରେ ରାମଧୂନ ପରିବେଷଣ, ସକାଳ ୭.୩୦ ମି ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ, ସକାଳ ୭.୦୦ଘ ସମୟରେ ପୌରପରିଷଦ, ଭବାନୀପାଟଣା ଦ୍ବାରା ସହରରେ ଅବସ୍ଥାପିତ ମହାପୁରୁଷ ପ୍ରତିମୁର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ ସହ ପୂଜ୍ୟପୂଜା, ସକାଳ ୮.୩୦ ମି ସମୟରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ଓ ଉଦବୋଧନ ପରେ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ।

କୋଭିଡ ଗାଇଡଲାଇନ୍ କଟକଣା କୁ ଦ୍ରୁଷ୍ଟିରେ ରଖି କେବଳ ସୁରକ୍ଷା ବାହିନୀ ବ୍ୟତୀତ କୌଣସି ସ୍କୁଲ/ କଲେଜର ପ୍ୟାରେଡ ଟ୍ରୁପ୍ ପ୍ୟାରେଡ ପଡିଆରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇ ନାହିଁ। ଡି. ଇ. ଓ, କଳାହାଣ୍ଡି ତଥା ରେଜିଷ୍ଟ୍ରାର, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ବାରା ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯ ରେ ଅନ୍ ଲାଇନ କୁଇଜ୍ ଓ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଡାକ୍ତଖାନାର ଶିଶୁ ୱାର୍ଡ ଓ ଜେନେରାଲ ୱାର୍ଡ, ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟ, ଶିଶୁ ଭାରତୀ ଅନାଥାଶ୍ରମ, କାରାଗାରର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ବ୍ୟାରିକେଡିଂ, ଚୌକି, ଟେଣ୍ଟ୍, ସାନିଟାଇଜର୍ ବ୍ୟବସ୍ଥା, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା, ଶାନ୍ତିଶୃଙ୍ଖଳା, ପ୍ୟାରେଡ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା।

କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ପଡିଆରେ କୌଣସି ସାମୁହିକ ବ୍ୟାୟାମ କୌଶଳ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। କେବଳ କୋଭିଡ ଯୋଦ୍ଧା, ବିଭାଗୀୟ ଅଧିକାରୀ, ସାମ୍ବାଦିକ ଙ୍କ ଉପସ୍ଥିତି ରେ ୧୦୦ ଜଣ ଅତିଥିଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଜନ ସାଧାରଣଙ୍କ ଗହଳିକୁ ବାରଣ କରାଯାଇଛି। ସଭାରେ ଅନ୍ୟମାନଙ୍କ ମଧ୍ଯରେ ଏ. ଡି. ଏମ୍,  ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ପି. ଡି. ଡି. ଆର୍. ଡି. ଏ, ସୋମେଶ୍ କୁମାର ଉପାଧ୍ୟାୟ, ଉପଜିଲ୍ଲାପାଳ, ଭବାନୀପାଟଣା ଡଃ ବିଶ୍ୱଜିତ ଦାସ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ ସହ ହାଇସ୍କୁଲ ଓ କଲେଜ ର ଉଚ୍ଚ କର୍ମକର୍ତ୍ତା, ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ, ଏମ୍.ଏସ୍.ଏ, ସେୱା, ରୋଟାରୀ ଅନୁଷ୍ଠାନ କର୍ମକର୍ତ୍ତା ତଥା ସାମ୍ବାଦିକଗଣ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.