Take a fresh look at your lifestyle.

ଢେଙ୍କାନାଳ ଜିଲାର ଏକୁଲ ଏବଂ କୋର୍ଟ ସମେତ ୧୧ ଅପହଂଚ ଗାଁରେ ହେବ ମୋବାଇଲ୍ ଟାୱାର ପ୍ରତିଷ୍ଠା: ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରୁ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରୁ ଯୋଡିହୋଇ ଏହି କାର୍ଯ୍ୟକ୍ରମର ସୂଚନା ଦେଇଥିଲେ

0 126
ଢେଙ୍କାନାଳ : ଢେଙ୍କାନାଳ ବିଏସ୍ଏନ୍ଏଲ୍ ଭବନ ପରିସରରେ ଭିସି ଯୋଗେ ‘କନେକ୍ଟିଂ ଦ ଅନ୍ କନେକ୍ଟେଡ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ୩୯୩୩ ଅପହଂଚ ଗ୍ରାମକୁ ମୋବାଇଲ୍ ଟାୱାର ପ୍ରତିଷ୍ଠା ହେବ ବୋଲି ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରୁ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରୁ ଯୋଡିହୋଇ ଏହି କାର୍ଯ୍ୟକ୍ରମର ଶୁଭ ସୂଚନା ଦେଇଥିଲେ । ଏହି ଅବସରରେ ବିଏସ୍ଏନ୍ଏଲ୍ ଢେଙ୍କାନାଳ ବିଜିନେସ୍ ଏରିଆ  ମହାପ୍ରବନ୍ଧକ ପ୍ରଦୀପ କୁମାର ମଲ୍ଲିକ ଯୋଗଦେଇ ଢେଙ୍କାନାଳ ଜିଲ୍ଲାର ୧୧ ଅପହଂଚ ଗାଁରେ ମୋବାଇଲ୍ ଟାୱାର ପ୍ରତିଷ୍ଠା କରିବାକୁ ସୂଚନା ଦେଇଥିଲେ । ସେ କହିଥିଲେ ଯେ, କପିଳାସ ଜଙ୍ଗଲ ଭିତରେ ଥିବା ଗଁଦିଆ ବ୍ଲକର ବଣିଆଁ, କୋହ୍ଲା, ହିନ୍ଦୋଳ ବ୍ଲକର ଖାରମୂଳ, ତାଳଗଣ୍ଡା ଏବଂ କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର ଜଳଭଣ୍ଡାରର ଦକ୍ଷିଣ ପାଶ୍ୱର୍ରେ ଥିବା କଡ଼ବସନ୍ତ, ଏକୁଲ ଏବଂ କୋର୍ଟ ସମେତ ଦଣ୍ଡାଧର ପ୍ରକଳ୍ପର ବାମପାଶ୍ୱର୍ରେ ଥିବା ପାକଟମୁଣ୍ଡା ଟାୱାର ପ୍ରତିଷ୍ଠା ହେବ ।
ସେହିପରି ହିନ୍ଦୋଳ ବ୍ଲକର ଜଙ୍ଗଲ ଅଂଚଳରେ ଥିବା କନକା ଓ ରଜଙ୍ଗାରେ ଏହି ମୋବାଇଲ୍ ଟାୱାର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଥିଲେ । ସେହି କାର୍ଯ୍ୟକ୍ରମରେ ବିଏସ୍ଏନ୍ଏଲ୍ର ଉପମହାପ୍ରବନ୍ଧକ ସଂଜୟ କୁମାର ଶତପଥିଙ୍କ ସମେତ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ପୌରାଧ୍ୟକ୍ଷ ସୁନିଲ ଶର୍ମ୍ମା, ରାମଚନ୍ଦ୍ର ପାତ୍ରଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବିଜେପି ନେତୃ ମଣ୍ଡଳୀ ଏବଂ ଜନସାଧାରଣ ଓ ବିଏସ୍ଏନ୍ଏଲ୍ କର୍ମଚାରୀମାନେ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.