Take a fresh look at your lifestyle.

ଓଡାପଡା  ରେ କୃଷକ ତାଲିମ୍ ଶିବିର ଏବଂ କୃଷି ଯନ୍ତ୍ରପାତି ବଣ୍ଟନ

0 19

ଢେଙ୍କାନାଳ: ଅଖିଳ ଭାରତୀୟ ସମନ୍ୱିତ ଅନୁସନ୍ଧାନ ପ୍ରକଳ୍ପ ଅଧିନ ସଠିକ୍ ପୋଷଣ ଓ ଶରୀର କ୍ରିୟା ମାଧ୍ୟମରେ ପ୍ରାଣୀମାନଙ୍କର ପ୍ରଜନନ କ୍ଷମତା ଅଭିବୃଦ୍ଧି ପରିଯୋଜନା ନିମନ୍ତେ ,ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ଏବଂ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ ଓଡାପଡା ବ୍ଲକ୍ ଅଧୀନ ତାମେଣ୍ଡା ଗ୍ରାମର ମା’ ବ୍ରାହ୍ମଣୀ ଦେବୀ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଢେଙ୍କାନାଳ ସହାୟତାରେ ଏକ କୃଷକ ତାଲିମ୍ ଶିବିର ଏବଂ କୁକୁଡା ଚିଆଁ ଓ କୃଷି ଯନ୍ତ୍ରପାତି ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଶିବିରରେ ସ୍ଥାନୀୟ ସରପଂଚ ରେବତୀ ମୁଦୁଲି, ବରିଷ୍ଠ ବୈଜ୍ଞାନିକ ତଥା କେଭିକେ ମୁଖ୍ୟ ଡାକ୍ତର ବିମଳେନ୍ଦୁ ମହାନ୍ତି, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ବିଜୟ କୁମାର ପାତ୍ର, ବ୍ଲକ୍ ପ୍ରାଣୀ ଚିକିତ୍ସାଧିକାରୀ ଡଃ ରୋସ୍ନି ବୁଦ୍ଧ ଏବଂ ଏହି ପ୍ରକଳ୍ପର ମୁଖ୍ୟ, କୃଷି ବନୀକରଣ ବିଭାଗର ଡଃ ସୁବାଷ ଚନ୍ଦ୍ର ମହାପାତ୍ର, ଡଃ ଜ୍ୟୋତିରେଖା ମହାପାତ୍ର, ଡଃ ଦିବ୍ୟରଞ୍ଜନ ମିଶ୍ର, ଡଃ ପାର୍ଥସାରଥୀ ସେନାପତି ପ୍ରମୁଖ ଯୋଗଦେଇ ପ୍ରକଳ୍ପର ଉଦେ୍ଦଶ୍ୟ ସମ୍ବନ୍ଧରେ ତଥା ଆଖୁ ଚାଷ ଏବଂ ରାଶି ଚାଷ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ଡଃ କାମଦେବ ସେଠୀ ଏହି ପ୍ରକଳ୍ପର ମୁଖ୍ୟ ଅନୁସନ୍ଧାନକାରୀ ସ୍ୱାଗତ ଭାଷଣ ଦେବା ସହ ପ୍ରକଳ୍ପର ମୁଖ୍ୟ ଆଭିମୁଖ୍ୟ ସମ୍ବନ୍ଧରେ ଲୋକଙ୍କୁ ବୁଝାଇଥିଲେ । ଏତଦ୍ ବ୍ୟତୀତ କୁକୁଡା ଚିଆଁ, ଦାନା, ଖାଦ୍ୟପତ୍ର, ପାଣିପାତ୍ର ବଂଟନ ସହିତ କୃଷି ଯନ୍ତ୍ରପାତି ବଂଟନ କରାଯାଇଥିଲା ।

ଉକ୍ତ ଶିବିରରେ ଓଡାପଡା ବ୍ଲକ୍ ଚେୟାର୍ମ୍ୟାନ୍ ସସ୍ମିତା ମହାନ୍ତି ସଭାପତିତ୍ୱ କରିଥିଲେ ଏବଂ ଶେଷରେ ସହକାରୀ ପ୍ରାଧ୍ୟାପକ, ଡଃ ଅନିଲ୍ କୁମାର ନାହକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.