Take a fresh look at your lifestyle.

ନାବାଳିକ ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ ଜେଲ୍ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା

0 17

ଢେଙ୍କାନାଳ: ମୋଟଙ୍ଗା ଥାନା ଅଂଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରକରି ଆଜି ଫାଷ୍ଟ୍ରଟ୍ରାକ୍-ସ୍ପେସାଲ୍ କୋଟ୍ ବିଚାରପତି ସୂର୍ଯ୍ୟମଣି ମହାପାତ୍ର, ଅଭିଯୁକ୍ତ ଶତ୍ରୁଘ୍ନ ଦେହୁରୀକୁ ୨୦ ବର୍ଷ ସଶ୍ରମ କରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।

ଗତ୨୫.୧୧.୨୦୧୮ରିଖରେ ମୋଟଙ୍ଗା ଥାନା ଅଂଚଳର ଜଣେ ୧୬ବର୍ଷ ବୟସ୍କ ନାବାଳିକାକୁ ସେହି ଗ୍ରାମର ଶତ୍ରୁଘ୍ନ ଦେହୁରୀ, ପିଡିତା ତାଙ୍କ ସଂପର୍କୀୟଙ୍କ ଘର ବାରଣ୍ଡାରେ ସଂଧ୍ୟା ୭ଟା ସମୟରେ ବସିଥିବା ସମୟରେ ଉକ୍ତ ଅଭିଯୁକ୍ତ ପିଡିତା ନାବାଳିକା ପାଖକୁ ଆସି ପଛପଟ ବିଲକୁ ଡାକି ନେଇଯାଇଥିଲା ।

ସେହି ସମୟରେ ଉକ୍ତ ଗ୍ରାମର କିଛି ମହିଳାମାନେ ବିଲରୁ ଝାଡା ବସି ଘରକୁ ଫେରୁଥିଲେ । ସେମାନେ ନାବାଳିକାକୁ ଅଭିଯୁକ୍ତ ସହିତ ଯାଉଥିବାର ଦେଖିଲେ । ଏହାପରେ ସେ ପିଡିତାକୁ ଖୋଜାଖୋଜି କରି ନପାଇବାରୁ ଘରକୁ ଫେରି ଆସିଥିଲେ । ଏହା ପ୍ରାୟ ୩୦ମିନିଟ୍ ପରେ ଅଭିଯୁକ୍ତ ଓ ପିଡିତା ଆଗପଛ ହୋଇ ବିଲଆଡୁ ଘରକୁ ଫେରିଥିଲେ ।

ଏହାପରେ ଅଭିଯୁକ୍ତ ନିଜଘରକୁ ପଳାଇଯାଇଥିଲା । ଏହାପରେ ପିଡିତା ତା’ର ବଡମାକୁ କହିଲା କି, ଅଭିଯୁକ୍ତ ତାକୁ ବିଲଆଡକୁ ଡାକିନେଇ ଖଜୁରୀ ଗଛ ପାଖରେ ଧରି ତଳେ ଚିତ୍ କରି ପକାଇ ତା’ର ପ୍ୟାଂଟ୍ସାର୍ଟକୁ ଟାଣୀ ଦେହରୁ ଖୋଲି ଦେଇ ବଳ ପୂର୍ବକ ତାକୁ ଧର୍ଷଣ କଲା ।

ଏହାପରେ ପିଡିତା ମା’କୁ ମଧ୍ୟ କହିଲା । ପିଡିତାର ବାପା ଘଟଣାର ୪/୫ଦିନ ପରେ ଘରକୁ ଫେରିବା ପରେ ପିଡିତା ଉକ୍ତ ଘଟଣା ଜଣାଇବା ପରେ ସେ ଅଭିଯୁକ୍ତ ଶତୃଘ୍ନ ଦେହୁରୀ ବିରୁଦ୍ଧରେ ମୋଟଙ୍ଗା ଥାନାରେ ଏତଲା ଦାୟର କରିଥିଲେ । ପୁଲିସ୍ ପକ୍ଷର ମୋଟଙ୍ଗା ପି.ଏସ୍. କେସ୍ ନଂ-୨୦୪, ତା୩୦.୧୧.୨୦୧୮, ଅଣ୍ଡର ସେକ୍ସନ୍ ୩୭୬ (୧) ଏଫ୍-୩୭୬(୩) ଆଇପିସି ୬ ଅଫ୍ ପୋକ୍ସୋ ଆକ୍ଟ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଶତ୍ରୁଘ୍ନ ଦେହୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ଏହି ମାମଲାରେ ସିଟି ସ୍ପେସାଲ୍ ପୋକ୍ସୋ କେଶ୍ ନମ୍ବର ୭୬/୨୦୧୮କୁ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ ଆଡିସନାଲ୍ ସେସନ୍ ଜଜ୍ ସୂର୍ଯ୍ୟମଣୀ ମହାପାତ୍ର ୧୪ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଆଧାରରେ ଅଭିଯୁକ୍ତ ଶତ୍ରୁଘ୍ନ ଦେହୁରୀକୁ ଉପରୋକ୍ତ ଦଣ୍ଡାଦଶେ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ବରିଷ୍ଠ ପବ୍ଲିକ୍ ପ୍ରସିକୁ୍ୟଟର ଅଲିମ୍ ଖାନ୍ ମାମଲା ପରିଚାଳନା କରୁଥିଲେ ।

- Advertisement -

Leave A Reply

Your email address will not be published.