Take a fresh look at your lifestyle.

ସିକିମ ରେ ସହୀଦ ହେଲେ ଓଡ଼ିଆ ଯବାନ ସରୋଜ

କାନ୍ଦୁଛି ଗାଁ, ଲୁହ ରେ ଭିଜୁଛି ପୁରା ପରିବାର, ମୁଖ୍ୟମନ୍ତ୍ରୀ ଙ୍କ ଶୋକ ପ୍ରକାଶ

0 18

କାମାକ୍ଷାନଗର: ସିକିମ ର ପ୍ରଳୟଙ୍କରୀ ବନ୍ୟାରେ ଗତ ମଙ୍ଗଳବାର ରାତିରୁ ନିଖୋଜ ଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ଦେଶ ମାତୃକା ର ସେବାପାଇଁ ସହୀଦ ହୋଇଛନ୍ତି । ଦୀର୍ଘ ଚବିଶ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଚାଲିଥିବକ୍ଷ ସର୍ଚ୍ଚ ଅପରେସନ ରେ ଆଜି ସରୋଜ ଙ୍କ ମୃତଦେହ କୁ ସେନାବାହିନୀ ଉଦ୍ଧାର କରିଥିଲେ ।

କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ ର କେନ୍ଦୁଢିପ ଗ୍ରାମର ରାମଚନ୍ଦ୍ର ଦାସ ଓ ଶାନ୍ତି ଦାସ ଙ୍କ କନିଷ୍ଠ ପୁତ୍ର ସରୋଜ ୨୦୦୮ମସିହା ରେ ଦିଘି ଉଚ୍ଚ ବିଦ୍ୟାଳୟ ରୁ ମାଟ୍ରିକ ପାସ କରି ଜିରାଳ ମହାବିଦ୍ୟାଳୟ ଠାରେ ଅଧ୍ୟୟନ କରି ୨୦୧୨ ମସିହା ରେ ସେନାବାହିନୀ ରେ ଯୋଗ ଦେଇଥିଲେ ।

ଭୋପାଳ ରୁ ନିଜ ଚାକିରୀ ଜୀବନ ଆରମ୍ଭ କରିଥିବା ସରୋଜ ଜଲ ପାଇଗୁଡ଼ି, ଜାମ୍ମୁ, ଇତ୍ୟାଦି ଅଞ୍ଚଳ ରେ ବହୁବର୍ଷ ଧରି କାର୍ଯ୍ୟ କରି ଗତ ମାସେ ହେବ ସିକିମ ରେ ଯୋଗ ଦେଇଥିଲେ । ଗତ ମାସ ଅଗଷ୍ଟ ରେ ରାକ୍ଷୀ ପୂର୍ଣ୍ଣିମା ରେ ସରୋଜ ଘଋକୁ ଆସି ସେପ୍େଟମ୍ବର ମାସ ପାଞ୍ଚ ତାରିଖ ରେ ସିକିମ ଯାଇଥିଲେ ।

ନିଜ ବାପା, ମା, ଭାଇ, ଭାଉଜ, ଦୁଇ ଭଉଣୀ, ଓ ମାତ୍ର ସାତମାସ ହେବ ସଂସାର ହାତ ଧରିଥିବା ସ୍ତ୍ରୀ ଲୋପାମୁଦ୍ରା ଙ୍କୁ ଅଳ୍ପ ଦିନରେ ଫେରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ମାତ୍ର ସେ ପ୍ରତିଶୃତି ସବୁଦିନ ପାଇଁ ପ୍ରତିଶୃତି ରେ ରହିଗଲା । ଆଜି ଦିନ ୨ଟା ସମୟରେ ସେନାବାହିନୀ ତରଫରୁ ସରୋଜ ଙ୍କ ବଡ଼ଭାଇ ମନୋଜ ଙ୍କ ମୋବାଇଲ କୁ ଉଦ୍ଧାର କରାଯାଇଥିବା ମୃତଦେହ ର ଫଟୋ ପଠାଯାଇଥିଲା । ପରିବାର ଲୋକ ଫୋଟୋ କୁ ଚିହ୍ନଟ କରି ତାହା ସରୋଜ ଙ୍କ ହୋଇଥିବା ଜାଣିପାରିଥିଲେ ।

ତାପରେ ଗାଁ ରେ ଓ ପରିବାର ରେ ଆରମ୍ଭ ହୋଇଥିଲା ଲୁହ ର ବନ୍ୟା । ସରୋଜ ଙ୍କ ସହୀଦ ହେବା ଖବର ଶୁଣି ଆଖପାଖ ରେ ଥିବା ଜିରାଳ, ମୁଗପଦା, ଗୋରଡିଆ, ମାର୍ଥାପୁର, ଅଁଳାପାଳ ଇତ୍ୟାଦି ଗ୍ରାମର ଲୋକ ମାନଙ୍କ ସୁଅ ଛୁଟିଥିଲା । ପିଲାଦିନ ର ସାଙ୍ଗ ଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ବନ୍ଧୁବାନ୍ଧବ, ପରିବାର ଲୋକେ ସମସ୍ତ ସ୍ତବ୍ଧ ହୋଇଯାଇଥିଲେ ।

ସରୋଜ ଙ୍କ ସହୀଦ ହେବା ଖବର ପାଇଁ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି, ତାଙ୍କ ବାସଭବନ ରେ ପହଞ୍ଚି ତାଙ୍କ ବାପା, ମା, ବଡ଼ ଭାଇ, ତାଙ୍କ ସ୍ତ୍ରୀ ଙ୍କୁ ଭେଟି ପରିବାର ଲୋକ ଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଶୁକ୍ରବାର କିପରି ସରୋଜ ଙ୍କ ପାର୍ଥôବ ଶରୀର ସୁରୁଖୁରୁ ରେ ଘରେ ପହଂଚିବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ମର୍ଯ୍ୟାଦା ର ସହ ଶେଷକୃତ୍ୟ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ବହନ କରିବା ନେଇ ପ୍ରକାଶ କରିଥିଲେ । ସରୋଜ ଙ୍କ ମରଶରୀର ଗାଁ ରେ ପହଞ୍ଚିବାକୁ ନେଇ ଗ୍ରାମବାସୀ ଦୁଃଖ ର ସହ ଚାହିଁ ବସିଛନ୍ତି ।

ସହୀଦ ସରୋଜଙ୍କ ମୃତୁ୍ୟ ଖବର ପାଇ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାଂସଦ ମହେଶ ସାହୁ, ବିଧାୟକ ସୁଧିର କୁମାର ସାମଲ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ହିନେ୍ଦାଳ ରେ ମେଧା ଖେଳାଳି ଚୟନ ରୁ ବାଦ ପଡିଲେ ଖେଳାଳି, ଚୟନ ପ୍ରକ୍ରିୟା କୁ ଯିବା ପାଈଁ ଖେଳାଳି ଙ୍କୁ ସୂଚନା ଦେଲେନି ଅଧିକାରୀ

- Advertisement -

Leave A Reply

Your email address will not be published.