Take a fresh look at your lifestyle.

ମହିମାଗାଦିରେ ୧୭ତାରିଖ ବ୍ରାହ୍ମ ମୂହୁର୍ତ୍ତରେ ପ୍ରଭୁଙ୍କୁ ନବାନ୍ନ ଅର୍ପଣ

0 21

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ବିଶ୍ଵ ପ୍ରସିଦ୍ଧ ମହିମାଗାଦିରେ ନବାନ୍ନ ଉତ୍ସବ ପାଇଁ ଲଗ୍ନ ସ୍ଥିର ହୋଇଛି। ଆସନ୍ତା ୧୭ତାରିଖ ପ୍ରାତଃ ବ୍ରାହ୍ମ ମୂହୁର୍ତ୍ତରେ ପାରମ୍ପରିକ ଭାବେ ଅହ୍ମଣିଆ ମଣ୍ଡପ ଠାରେ ନୂତନ ଚୁଡ଼ା,ଗୁଡ଼,କଦଳୀ,ଶେଓ,ନଡ଼ିଆ, ଅଙ୍ଗୁର ପ୍ରଭୁତି ସୁସ୍ୱାଦୁ ଫଳ, ଛେନା,ବୁନ୍ଦିଆ, ଗୁଜୁରାତି,ଅଳେଇଚ,ଅଦା , ଲବଙ୍ଗ ପ୍ରଭୁତି ମିଶାଯାଇ ସୁସ୍ୱାଦୁ ପ୍ରସାଦ ପ୍ରଭୁ ମହିମା ସ୍ବାମୀଙ୍କୁ ଅର୍ପଣ କରାଯିବ ।

ଏହି ଉତ୍ସବରେ ଯୋଗଦେବା ପାଇଁ ଓଡ଼ିଶାର ପୁରପଲ୍ଲୀରୁ ସାଧୁ ଭକ୍ତ ମାନେ ଆସି ଯୋଗଦେବେ । ଦଶ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ସମାଗମ ହେବାର ଥିବାରୁ ସାଧୁ ସମାଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଆଶ୍ରମ ଗୁଡ଼ିକ ସଫା ସୁତୁରା କରାଯାଉଛି। ଦୂର ଦୁରାନ୍ତରୁ ସାଧୁ ଭକ୍ତ ମାନେ ଆସି ମହିମାଗାଦିରେ ପହଞ୍ଚିଲେଣି । ନବାନ୍ନ ଉତ୍ସବ ପାଇଁ ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତି ସଭାପତି ସୁକଦେବ ବାବାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି।

ପରିଚାଳନ କମିଟିସଭ୍ୟ ପ୍ରମୋଦ ବାବା, ଶଙ୍କର ବାବା , ପବିତ୍ର ମୋହନ ବାବା, ଅଚ୍ୟୁତାନନ୍ଦ ବାବା,ରାସବିହାରୀ ବାବା,ଅରୁପ ବାବା,କେଶବାନନ୍ଦ ବାବା, ଜଗବନ୍ଧୁ ବାବା, ବନମାଳୀ ବାବା, ଭାବଗ୍ରାହୀ ବାବା,ଅନାମ ବାବା ,ରୁଦ୍ର ବାବା,ସାଧୁ ଚୈତନ୍ୟ ଦାସ , ବିଶ୍ୱ।ନନ୍ଦ ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ ଗ୍ରହଣ କରିଥିଲେ।

- Advertisement -

Leave A Reply

Your email address will not be published.