Take a fresh look at your lifestyle.

“ସର୍ବପଲ୍ଲୀ ଗୁରୁ ଗୌରବ ସମ୍ମାନ – ୨୦୨୩’

0 55

Get real time updates directly on you device, subscribe now.

ଢେଙ୍କାନାଳ : ଅଦ୍ୟ ମଙ୍ଗଳବାର ପୂର୍ବାହ୍ନରେ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଉକ୍ରଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଗୋବିନ୍ଦପୁର ଠାରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଜୟନ୍ତୀ ପବିତ୍ର ଗୁରୁଦିବସ ଅବସରରେ ଗୁରୁପୂଜନ ତଥା ସର୍ବପଲ୍ଲୀ ଗୁରୁ ଗୌରବ ସମ୍ମାନ-୨୦୨୩ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି ।

ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଭାତ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରର ପ୍ରାକ୍ତନ ସାଂସଦ ତଥା ବିଶିଷ୍ଟ କବି ଡ. ପ୍ରସନ୍ନ କୁମାର ପାଟ୍ଟସାହାଣୀ ମୁଖ୍ୟବକ୍ତା ଭାବେ ବିଶ୍ୱ ଭାରତୀ ବିଶ୍ୱ ବିଦ୍ୟାଳୟ ଶାନ୍ତି ନିକେତନର ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟ ପତ୍ରିକା “ବିଶ୍ୱମୁକ୍ତି’ର ସଂପାଦକ ଅଧ୍ୟାପକ ଶଶାଙ୍କ ଚୂଡାମଣି ଓ ସ୍ଥାନୀୟ ଗୋବିନ୍ଦପୁର ଗ୍ରାମପଂଚାୟତର ସରପଂଚ ଅରୁଣ ପରିଡା ଯୋଗଦାନ କରିଥିଲେ ।

“ଶିକ୍ଷାକୁ ଜୀବନର ବୃତି ଭାବେ ଗ୍ରହଣ ନକରି ଜୀବନର ବ୍ରତ ଭାବେ ଗ୍ରହଣ କରିଲେ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜକୁ ଗଢି ତୋଳିପାରିବ’ ବୋଲି ମୁଖ୍ୟବକ୍ତା ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ରାଷ୍ଟ୍ର ନିର୍ମାଣରେ ଶିକ୍ଷକମାନଙ୍କର ଭୂମିକା କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ମୁଖ୍ୟବକ୍ତା ଡ. ପାଟ୍ଟସାହାଣୀ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଉକ୍ତ ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା ଅଧ୍ୟକ୍ଷ/ଅଧ୍ୟକ୍ଷା, ଅଧ୍ୟାପକ, ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଉକ୍ତ ଉତ୍ସବରେ ୪୬ଜଣ ଆଦର୍ଶ ଶିକ୍ଷକଙ୍କୁ “ସର୍ବପଲ୍ଲୀ ଗୁରୁ ଗୌରବ ସମ୍ମାନ-୨୦୨୩’ରେ ସମ୍ମାନିତ କରାଯାଇଥିଲା । ଏହି କ୍ରମରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ, ପ୍ରାଧ୍ୟାପକ ଶାରଦା ପ୍ରସନ୍ନ ପତି, ଅଧ୍ୟକ୍ଷ ଚିତରଞ୍ଜନ ଦାସ, ଅଧ୍ୟକ୍ଷ ଶମ୍ଭୁନାଥ ପ୍ରଧାନ, ଅଧ୍ୟକ୍ଷା କବିତା ମହାନ୍ତି, ମଙ୍ଗୁଳୁ ନାୟକ, ଡ. ସମୀର କୁମାର ସାହୁ, ପିତବାସ ମହାରଣା, ଦେବୀ ପ୍ରସାଦ ମିଶ୍ର, ବିଭୁତି ଭୂଷଣ ସାମଲ, ସନ୍ତୋଷ ପାଣିଗ୍ରାହୀ ପ୍ରଭୃତି ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଉକ୍ତ ଉତ୍ସବରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଗୁରୁଚରଣ ନାୟକ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକ ମମତା ନାୟକ । ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ, ପ୍ରଭୁପ୍ରସାଦ ଜୀଉ, ସୁବ୍ରତ କୁମାର ଇନ୍ଦ୍ରଜିତ୍ ସିଂ, ଦିଲ୍ଲୀପ କୁମାର ଦାସ, ଯୁଗଳ ରାଉତ, ସନ୍ତୋଷ କୁମାର ବେହେରା ପ୍ରଭୃତି ସହଯୋଗରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ପ୍ରତିବର୍ଷ ଏହିପରି ଗୁରୁ ଗୌରବ ସମ୍ମାନ ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ କରାଯିବ ବୋଲି ସର୍ବପଲ୍ଲୀ ଗୁରୁ ଗୌରବ ସମ୍ମାନ ପରିଷଦ ତରଫରୁ ସଂପାଦକ ଅଧ୍ୟକ୍ଷ ପ୍ରଭାତ କୁମାର ସାମଲ ଓ ସଭାପତି ତଥା ଗୋବିନ୍ଦପୁର ସରପଂଚ ଅରୁଣ କୁମାର ପରିଡା ପ୍ରକାଶ କରିଅଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ନିମନ୍ତ୍ରିତ ଗ୍ରାମବାସୀ ଓ ପୂରାତନ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.