Take a fresh look at your lifestyle.

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ

0 18

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସେ ଦିଗପହଣ୍ଡିର ବର୍ତ୍ତମାନ ବିଧାୟକ ଥିଲେ।

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ। ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ  ମୃତ୍ୟୁ ବେଳକୁ ୭୫ ବୟସ ହୋଇଥିଲା ।

 ସେ ବିଜୁ ବାବୁଙ୍କ ସହ କମ କରି ତାଙ୍କ ମନ୍ତ୍ରୀ ମଣ୍ଡଳ କାମ କରିବା ସହିତ ପୁଅ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ରେ କ୍ୟାବିନେଟ ମନ୍ତ୍ରୀ, ବାଚସ୍ପତି ଏବଂ ବିଜେଡି ଦଳର ବିଭିନ୍ନ ପଦପଦବୀରେ ରହି ଥିଲେ । ତାଙ୍କ ବିୟୋଗ ରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକ ପ୍ରକାଶ କହିଛନ୍ତି – ମୁଁ ବିଧାୟକ ଥିବା ବେଳ  ତାଙ୍କ ସହ କାମ କରିବାର ସୁଯୋଗ ଲାଭ କରିଛି I ସେ ଅତ୍ୟନ୍ତ ମେଳାପୀ ଓ ବନ୍ଧୁ ବଚ୍ଛଳ ଥିଲେ I

- Advertisement -

Leave A Reply

Your email address will not be published.