Take a fresh look at your lifestyle.

ଭୁବନେଶ୍ୱର ରେ ଭୁବନିଆ ଙ୍କ ମେଳି,ବନ୍ଧୁ ମିଳନ

ଭୁବନ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ ପାଇଁ ଆଲୋଚନା

0 13

Get real time updates directly on you device, subscribe now.

ଭୁବନ : ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ଶତାଧିକ ମୂଳ ଅଧିବାସୀ ସମ୍ପ୍ରତି ଟୁଇନ୍ ସିଟି କଟକ , ଭୁବନେଶ୍ୱର ରେ ରହି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଦୀର୍ଘ ଦିନ ବ୍ୟବଧାନରେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହ ପରିସରରେ ଭୁବନ ଅଧିବାସୀ ମାନଙ୍କ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

୧୯୬୩ ମାଟ୍ରିକ ବ୍ୟାଚ ର ଡ. କୃଷ୍ଣ ଚନ୍ଦ୍ର ଆଇଚ ଙ୍କ ଅଧ୍ୟକ୍ଷତା ଏବଂ ୧୯୬୭ ବ୍ୟାଚ ର ଅବସରପ୍ରାପ୍ତ ପ୍ରଫେସର ଧନେଶ୍ଵର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଦୁର୍ଯୋଧନ ସାହୁ,ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ଅବସର ପ୍ରାପ୍ତ ଜେନେରାଲ ମ୍ୟାନେଜର ଧନେଶ୍ଵର ସାହୁ,ଅବସର ପ୍ରାପ୍ତ ବି ଏସ ଏନ୍ ଏଲ୍ ଅଧିକାରୀ ଚନ୍ଦ୍ରମଣି ବେହେରା, ଜଳଧର ବେହେରା,ରାଘବ ଚୀନରା, ଇ ନିଶିଥ ପଟ୍ଟନାୟକ, ଇ ଗଗନ ବିହାରୀ ଦାଶ, ଇ ସୁବାସ ମେହେଣା, ନିଶାକର ସାହୁ, ଅବସର ପ୍ରାପ୍ତ ସଚିବ ରସିଦ ଖାଁ, ବୈଜ୍ଞାନିକ ଡ.ପୁରୁଷୋତ୍ତମ ସେନ,ନିଶିକାନ୍ତ ସାହୁ,ସତ୍ୟ ସୁନ୍ଦର ସାହୁ,ରବି ନାରାୟଣ ବୈଶାଖ,ନିରଞ୍ଜନ ସାଥୁଆ ମହାପାତ୍ର, ରମଣ ଅଗ୍ରୱାଲ , ବ୍ରହ୍ମାନନ୍ଦ ସାହୁ, ନଗରପାଳ ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ପରସ୍ପର ମଧ୍ୟରେ ନିଜର ଜୀବନ ଜୀବିକା,ପରିବାର ଓ ଭଲ ମନ୍ଦ ସଂପର୍କ ରେ ଭାବ ବିନିମୟ କରିଥିଲେ ।

ଭୁବନ ଉଚ୍ଚ ବିଦ୍ୟାଳୟ ରୁ ଶିକ୍ଷାଲାଭ କରିଥିବା ଉପରୋକ୍ତ ବ୍ୟକ୍ତି ବିଶେଷ ମାନେ ଚଳିତ ବର୍ଷ ଭୁବନ ଉଚ୍ଚ ବିଦ୍ୟାଳୟ (ପ୍ଲାଟିନମ ଜୁବୁଲି ) ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବାରୁ ମୁଖ୍ୟତଃ ସେ ସମ୍ପର୍କରେ ଆଲୋଚନା କରିଥିଲେ।

୧୯୬୩ ମାଟ୍ରିକ ବ୍ୟାଚ ଠାରୁ ୨୦୨୨ ମାଟ୍ରିକ ଵ୍ୟାଚ ପର୍ଯ୍ୟନ୍ତ ସମସ୍ତ ପୁରାତନ ଛାତ୍ର ମାନଙ୍କୁ ଏକତ୍ରିତ କରି ସଂଗୃହିତ ରାଶିରେ ହୀରକ ଜୟନ୍ତୀ କୁ ଆକର୍ଷଣୀୟ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଚନ୍ଦ୍ରମଣି ବେହେରା ଙ୍କୁ ହୀରକ ଜୟନ୍ତୀ ସମାରୋହ ପାଇଁ ପୁରାତନ ଛାତ୍ର ମାନଙ୍କ ମୋବାଇଲ ନମ୍ବର ଯୋଗାଡ କରି ସେମାନଙ୍କୁ ଏକତ୍ରିତ କରିବା ଦାୟିତ୍ବ ଅର୍ପଣ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.