Take a fresh look at your lifestyle.

ପାଣ୍ଡିଆନ ଙ୍କୁ କାଳୀ ମାଡ଼ ଅସହିଷ୍ଣୁତା ର ପ୍ରତିଫଳନ

୨୨ ତାରିଖରେ ବିଜେପି ର ଭୁବନ ବନ୍ଦ ଡ଼ାକରା ନିରାଧାର

0 21

ଭୁବନ :  ଗତକାଲି ପୁରୀ ସତ୍ୟବାଦୀ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କ ଉପରେ ହୋଇଥିବା କାଳୀ ମାଡ଼ କୁ ଭୁବନ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତୀବ୍ର ନିନ୍ଦା କରିଛି।

ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,ନଗରପାଳ ଶୁଭେନ୍ଦୁ କୁମାର ସାହୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି କହିଥିଲେ ଯେ,ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସଚିବ ଭି କେ ପାଣ୍ଡିଆନ ସାରା ରାଜ୍ୟ ଗସ୍ତ କରି ଲୋକଙ୍କ ସମସ୍ୟା କୁ ସପ୍ତାହକ ମଧ୍ୟରେ ସମାଧାନ କରିବା ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ଓ ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ କରୁଥିବା ବେଳେ ବିରୋଧୀ ଦଳ ପ୍ରଥମେ ମୌନ ବ୍ରତ ପରେ ଏବେ କାଳୀ ମାଡ଼ କରିଛନ୍ତି।

ବିରୋଧୀ ଦଳ ରାଜ୍ୟର ବିକାଶ କୁ ସହ୍ୟ କରିପାରୁ ନାହିଁ। ସେଥିପାଇଁ ଗତକାଲି କାଳୀ ମାଡ଼ କରିଛି । ଏହା ବିରୋଧୀ ଦଳ ର ଅସହିଷ୍ଣୁତା ର ପ୍ରତିଫଳନ ବୋଲି ଭୁବନ ବିଜେଡି ପକ୍ଷରୁ କୁହାଯାଇଛି । କାଳୀ ମାଡ଼ କରିଥିବା ଭାସ୍କର ସାହୁ ଙ୍କୁ ୫ ଟି ସଚିବ କ୍ଷମା କରିଦେଇଛନ୍ତି ଓ ତାଙ୍କ ନିର୍ଦ୍ଦେଶ ରେ ପୋଲିସ ଛାଡ଼ି ଦେଇଛି । ଏହା ସଚିବ ଙ୍କ ମହାନତା ଆଉ ବଡପଣ ବୋଲି କୁହାଯାଇଛି ।

ଭାରତୀୟ ଜନତା ପାର୍ଟି,ଭୁବନ ନଗର ମଣ୍ଡଳ ତରଫରୁ ଯେଉଁ କେତେକ ସମସ୍ୟା/ ଦାବି କୁ ନେଇ ଆସନ୍ତା ୨୨ ତାରିଖ ମଙ୍ଗଳବାର ଭୁବନ ବନ୍ଦ ଡ଼ାକରା ଦିଆଯାଇଛି,ତାହା ନିରାଧାର ଓ ହାସ୍ୟାସ୍ପଦ । ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବର୍ତ୍ତମାନ ୫ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ଦୈନିକ ୩୦୦ ରୁ ଉର୍ଦ୍ଧ୍ବ ରୋଗୀ ସେବା ପାଇବା ସହ ମାଗଣାରେ ଔଷଧ ମଧ୍ୟ ପାଉଛନ୍ତି।

ଭୁବନ ରୁ ଶୀତଳ ଭଣ୍ଡାର ଲୋପ ପାଇବା ସଂପର୍କ ରେ ପ୍ରଶ୍ନ କରିବା ବିଜେପି ର ନୈତିକ ଅଧିକାର ନାହିଁ କାରଣ ତତ୍କାଳୀନ ସମବାୟ ମନ୍ତ୍ରୀ ( ବିଜେପି )ଙ୍କ ନିର୍ଦ୍ଦେଶ ରେ ଜନୈକ ବିଜେପି କର୍ମୀ ଙ୍କ ସହାୟତାରେ ଜଣେ ବିଜେପି ସମର୍ଥକ କୋଟିପତି ବ୍ୟକ୍ତି ଙ୍କୁ ଚଲାଇବା ସୂତ୍ରରେ ଶାଗ ମାଛ ଦରରେ ବିକ୍ରି କରାଯାଇଥିଲା । ସେ ବ୍ୟକି ଜଣକ ପ୍ଲଟିଂ କରି ଶୀତଳ ଭଣ୍ଡାର ଜାଗା

- Advertisement -

Leave A Reply

Your email address will not be published.