Take a fresh look at your lifestyle.

ବିଜେପି ର ଭ୍ରଷ୍ଟାଚାର ହଟାଅ ଅଭିଯାନ: ବଣସିଂହ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖର ଧାରଣା

0 15

ଢେଙ୍କାନାଳ : ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବଣସିଂହ ମଣ୍ଡଳ ବିଜେପି ର ହନୁମାନ ମନ୍ଦିର ଠାରୁ ବିକ୍ଷୋଭ ଶୋଭାଯାତ୍ର ବାହାରି ବଣସିଂହ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖର ଧାରଣା ମଣ୍ଡଳ ସଭାପତି ମନୋଜ ବାରିକ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା I

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ରାଜ୍ୟ ର 23ବର୍ଷର ନବୀନ ସରକାର ର ଭ୍ରଷ୍ଟାଚାର ବିରୋଧୀ କୃଷକ ମାରଣ ନୀତି ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ ରେ ତୋଷର ପାତ କରିବା ସହିତ ଦଳୀୟ ଭିତିରେ ବାଣ୍ଟିବା ବିଷୟରେ ଜନ ସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ I

ଏହି ସଭାରେ ପୃବର୍ତନ ସାଂସଦ ରୁଦ୍ର ନାରୟଣ ପାଣି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶତ୍ରୁଘନ ଜେନା, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା, ଜିଲ୍ଲା ଉପ ସଭାପତି ପବିତ୍ର ବିଶ୍ୱାଳ, ଜିଲ୍ଲା ମହିଳା ମୋର୍ଚା ସଭାପତି ମମତା ସ୍ଵାଇଁ , ସଂଯୁକ୍ତା ହୋତା, କାମକ୍ଷାନଗର ବିଧନସଭା ପ୍ରଭାରୀ ରତିକାନ୍ତ ସାହୂ, ଜିଲ୍ଲା କୋଷାଧକ୍ଷ ସଂଜୀବ ପଣ୍ଡା, ମିଡ଼ିଆ ସେଲ ପ୍ରଭାରୀ ଚନ୍ଦନ ବେହେରା, ଅଞ୍ଜନ ପାଣି, ଜିତୁ ସ୍ଵାଇଁ , ଶତ୍ରୁଘନ ହୋତା, ସୁନିତା ରାଉତ, ସଞ୍ଜୟ ଦାଶ, ରବି ନାରାୟଣ ସ୍ଵାଇଁ ପ୍ରମୁଖ ଭ୍ରଷ୍ଟାଚାର ବିରୋଧରେ ନାରାବାଜି କରିବା ସହିତ ପଂଚାୟତ କାର୍ଯ୍ୟଳୟ ସମୁଖରେ ଧାରଣାରେ ବସିଥିଲେ I

- Advertisement -

Leave A Reply

Your email address will not be published.