Take a fresh look at your lifestyle.

ନ୍ୟୁୟର୍କ ରୋଚେଷ୍ଟର ବିଶ୍ଵବିଦ୍ୟାଳୟ ର ଛାତ୍ରୀ ନୃତ୍ୟ ଶିଖିଲେ

0 52

Get real time updates directly on you device, subscribe now.

ଢେଙ୍କାନାଳ : ସୁଦୂର ଆମେରିକାସ୍ଥିତ ନ୍ୟୁୟର୍କ ରୋଚେଷ୍ଟର ବିଶ୍ଵବିଦ୍ୟାଳୟ ର ଛାତ୍ରୀ ମାନେ ଢେଙ୍କାନାଳ ସହର ସ୍ଥିତ ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପରିଦର୍ଶନ କରିଛନ୍ତି।ଏହି ଅବସର ରେ ଆସିଥିବା ଛାତ୍ରୀ, ବର୍ଷା ରମେଶ, ପ୍ରୀତଲ ପ୍ରଭୁ, ନିଷ୍ଟା ନନ୍ଦଉମର, ବିଶ୍ଵ ଶୁକ୍ଲା, କେଭିନ ଜେଙ୍ଗ, ଲରେନ ପିକକ, ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ଶିଖି ଥିଲେ I ଅନ୍ତର୍ଜାତୀକ ଖ୍ୟାତି ସମ୍ପର୍ଣ୍ଣ ଓଡିଶୀ ନୃତ୍ୟ ଗୁରୁ ଗୌରୀ ଶଙ୍କର ଦାଶ ସେମାନଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ।ଏହି ସମ୍ପର୍କରେ ଗୁରୁ ଗୌରୀ ଶଙ୍କର କୁହନ୍ତି, ଗତବର୍ଷ ଏହି ବିଶ୍ୱବିଦ୍ୟାଳୟ ରୁ କିଛି ଛାତ୍ରୀ ଅନୁଷ୍ଠାନ କୁ ଆସି ନୃତ୍ୟ ଶିକ୍ଷା କରିଥିଲେ।ସେମାନଙ୍କୁ ଅନୁଷ୍ଠାନ ତରଫରୁ ଦିଆଯାଇଥିବା ଦୁଇଟି ଯାକ ନୃତ୍ୟ ଶୈଳୀ ବହୁତ ପସନ୍ଦ ଆସିଛି। ନୃତ୍ୟ ଶିକ୍ଷା କରିବା ସହ ସେମାନେ ବେଶ କିଛି ସମୟ ଅନୁଷ୍ଠାନ ରେ ରହି ଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.