Take a fresh look at your lifestyle.

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘‘ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା’’

0 9

Get real time updates directly on you device, subscribe now.

ଢେଙ୍କାନାଳ ସଦର : ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଓଡିଶା ସରକାରଙ୍କର କାର୍ଯ୍ୟକ୍ରମ ‘‘ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା’ ଅନୁଯାୟୀ ବଂଟନ କରାଯାଇଥିବା ହାଉସ୍ ଡ୍ରେସ୍ ପରିଧାନ କରିଥିଲେ । ଛାତ୍ରଛାତ୍ରୀମାନେ ୪ଟି ରଙ୍ଗର ହାଉସ୍ ଡ୍ରେସ୍ ଯଥା ନାଲି, ନୀଳ, ହଳଦିଆ ଓ ସବୁଜ ରଙ୍ଗର ପରିଧାନ କରିଆସିଥିଲେ ।

ହାଉସ୍‌ ଡ୍ରେସ୍‌ରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଥମେ ଡ୍ରିଲ୍ କ୍ଲାସ୍‌ରେ ଅଂଶଗ୍ରହଣ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ବ୍ୟତୀତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉର୍ମିଳା କର, ଉପାସନା ନାଥଶର୍ମା, ପ୍ରଶାନ୍ତ କୁମାର ସାହୁ, କନ୍ୟାକୁମାରୀ ଭୂତିଆ, ସୁଲୋଚନା ଭୂତିଆ, ଲିପିକା ନାଏକ, ମାମାଲି ମିଶ୍ର, ଜୟନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ହାଉସ୍ ଡ୍ରେସ୍ ପରିଧାନ କରିଥିବା ଛାତ୍ରଛାତ୍ରୀମାନେ ଏରୋବିକ୍ ଅକ୍ସରସାଇଜ୍ ରେ ଅଂଶଗ୍ରହଣ କରିଥିଲେ।

ଏହି ସମୟରେ ପରିବେଶ ବେଶ୍ ଆକର୍ଷଣୀୟ ଥିଲା। ଏସରକାରଙ୍କ ଏହି ଯୋଜନାକୁ ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି ଯେ ଏହିଭଳି ପୋଷାକ ଛାତ୍ରଛାତ୍ରୀମାନେ ପରିଧାନ କରିଥିବାରୁ ପରିବେଶ ସୁନ୍ଦର ଲାଗୁଛି । ଏହିଭଳି ପୋଷାକ ଘରୋଇ ବିଦ୍ୟାଳୟମାନଙ୍କରେ ଦେଖିବାକୁ ମିଳୁଥିଲା । ଏବେ ଏହା ସରକାରୀ ବିଦ୍ୟାଳୟରେ ପରିଧାନ କରିଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ୍‌କୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ । ଏଭଳି ଯୋଜନାକୁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.