Take a fresh look at your lifestyle.

ଭୟଙ୍କର ଦରବୃଦ୍ଧି ବିରୁଦ୍ଧରେ ‘ଓଡ଼ିଶା ବଂଚାଅ ଅଭିଯାନ’ ତରଫରୁ ବିକ୍ଷୋଭ

0 14

 ଢେଙ୍କାନାଳ :  ଢେଙ୍କାନାଳ ସମୃତି ଦେଶରେ ‘‘ଭୟଙ୍କର ଦରବୃଦ୍ଧି, ଜନ ଜୀବନକୁ ବିପର୍ଯ୍ୟସ୍ତ କରିଛି । ତା ସହିତ ଦିର୍ଘ ତିନିମାସ ଧରି ମଣିପୁରରେ ଲାଗି ରହିଥୁବା ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟ ଦେଇ ମହିଳାମାନଙ୍କ ଉପରେ ଯେଉଁ ବର୍ବରତା ବୃଦ୍ଧି ପାଇଛି, ତାହା ଦେଶବାସୀଙ୍କ ସମ୍ମାନ ଦେଶ ବିଦେଶରେ ଗୁରୁଣ୍ଡିତ କରିଛି ।

ଦେଶର ଉପରୋକ୍ତ ଦୁଇ ପ୍ରମୁଖ ଘଟଣାର ତୁରନ୍ତ ସମାଧାନ ଦାବିରେ ଆଜି, ‘‘ଓଡିଶା ସଂଚାଅ ଅଭିଯାନ’ ସହବନ୍ଧିତ ଦଳମାନେ ଯଥା – ସମତା କ୍ରାନ୍ତି, ସି.ପି.ଆଇ (ଏମ୍), ସି.ପି.ଆଇ, ସି.ପି.ଆଇ (ଏମ୍.ଏଲ୍.) ଏବଂ ଓଡିଶା ପ୍ରଜାଦଳ ତରଫରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିଦ୍ରୋହ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀଙ୍କ ତରଫରୁ କୁହାଯାଇଛି ଯେ, ସ୍ବାଧୀନତାର ୭୫ବର୍ଷ ମଧ୍ୟରୁ ଦିର୍ଘ ୬୬ ବର୍ଷ ମଧ୍ୟରେ ଯେତିକି ଦରବୃଦ୍ଧି ହୋଇଥିଲା, ଗତ ୯ ବର୍ଷ ମଧ୍ୟରେ ତା’ର ଦୂରଗୁଣ ହୋଇଛି ।

ଉଦାହରଣ ସରୂପ ୨୦୧୩ରେ ଚାଉଳ କିଲୋ ୧୮, ଗହମ କିଲେ। ୧୬, ମୁଗଡାଲି ୭୨, ସୋରିଷ ତେଲ ୭୦, ଆଳୁ ୧୦, ପିଆଜ ୧୦ ଟଙ୍କା, ଅଟା ୨୦ ଟଙ୍କା, ମଇଦା ୨୪ କିଲୋ, ସୁଜି ୨୫ ଟଙ୍କା ଥିବାବେଳେ ୨୦୨୩ରେ ଯଥାକ୍ରମେ ୩୬, ୩୭, ୧୨୦, ୧୪୫, ୨୦, ୨୫, ୪୫, ୪୦, ୪୨ ଟଙ୍କାରେ ପହଁଞ୍ଚିଛି । ତା ସାଙ୍ଗକୁ କଳାବଜାରୀ, ମୁନାଫା ଖୋରୀମାନଙ୍କ ଅନିୟନ୍ତ୍ରିତ ବ୍ୟବସାୟ, ଆଗୁଆ ବାଣିଜ୍ୟ ଜରିଆ ରେ ଖାଦ୍ୟ ସାମଗ୍ରୀ ସମେତ ପନିପରିବା ଗୁଡ଼ିକର ଘରୋଇ ଶୀତଳଭଣ୍ଡାର ମାନଙ୍କରେ ବେଆଇନ୍ ଭାବେ ଗଚ୍ଛିତ ରଖି ଉଭୟ ଚାଷୀ ଓ ଖାଉଟିକୁ ଜବରଦସ୍ତ ଷୋଷଣ କରାଯାଉଛି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ ।

ଉପରୋକ୍ତ ସମସ୍ୟା ସମାଧାନ ପାଇଁ ଚାଉଳ, ଗହମ ସମେତ ଅତ୍ୟାବଶ୍ୟକୀୟ ଦ୍ରବ୍ୟଗୁଡିକ ସରକାରୀ କଂଟ୍ରୋଲ୍ ଦୋକାନ ମାଧ୍ୟମରେ ସବୁ ବର୍ଗର ଜନସାଧାରଣଙ୍କୁ ଯୋଗଇଦେବା ଏବଂ ମଣିପୁରରେ ତୁରନ୍ତ ଶାନ୍ତି ଫେରାଇ ଆଣିବା ଇତ୍ୟାଦି ଦାବି ସଂଲଗ୍ନ ଅନ୍ୟାନ୍ୟ ଦାବୀ ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।ଆଜିର ଏହି କାର୍ଯ୍ୟକ୍ରମରେ ସମତା କ୍ରାନ୍ତି ଓଡିଶା ଶାଖାର ଯୁବନେତା ସରୋଜ ଶତପଥୀ ସଭାପତିତ୍ବ କରିଲେ । ଅନ୍ୟମାନଙ୍କ ମଧ୍ୟରେ, ବରିଷ୍ଠ ଆଇନ୍‌ଜୀଵି ମନୋରଞ୍ଜନ ପଟ୍ଟନାୟକ, ସି.ପି.ଆଇ.ଏମ୍. ରାଜ୍ୟ କମିଟି ସଦସ୍ୟ ବଦ୍ରିନାରାୟଣ ଦାସ, ସି.ପି.ଆଇ.(ଏମ୍) ଜିଲ୍ଲା ଆବାହକ ସର୍ବଜ୍ଞ ସାହୁ, ଯୁବନେତା ଅଶୋକ ପୃଷ୍ଟି, ସି.ପି.ଆଇ, ଜିଲ୍ଲା ସଂପାଦକ ଶିବରାମ ସାହୁ, ବରିଷ୍ଠ ଶ୍ରମିକ ନେତା ରବି ରଥ, ସିପିଆଇ ଜେନେରାଲ ସଂପାଦକ ପ୍ରଫୁଲ୍ଲ ନାଏକ, ସି.ପି.ଆଇ (ଏମ୍.ଏଲ୍)ର ଶ୍ରୀନିବାସ ସାହୁ, ଓଡ଼ିଶା ପ୍ରଜାଦଳ ତରଫରୁ ନୂଗୁର୍ ଇସ୍‌ଲାମ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

- Advertisement -

Leave A Reply

Your email address will not be published.