Take a fresh look at your lifestyle.

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଅରବିନ୍ଦ, ବିଜୟାନନ୍ଦ ଙ୍କ କୃତୀତ୍ୱ

0 430

ଢେଙ୍କାନାଳ : ସୋମବାର ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ପଞ୍ଚାୟତ ଶଙ୍କରପୁର ଗ୍ରାମର ଅରବିନ୍ଦ ହାତୀ ଏବଂ ବିଜୟାନନ୍ଦ ମଲ୍ଲିକଙ୍କ  ସଫଳତା ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ଅରବିନ୍ଦ ୩୭୮ ଓ ବିଜୟାନନ୍ଦ ୩୯୦ ର୍ୟାଙ୍କ୍ ରଖି ସଫଳତା ପାଇଛନ୍ତି । ଶଙ୍କରପୁର ଗ୍ରାମର ଭରତ ଚନ୍ଦ୍ର ହାତୀ ଓ ଗୃହିଣୀ ରମାଦେବୀ ହାତୀଙ୍କ ପୁଅ ଅରବିନ୍ଦ ସେ ବଣସିଂହ ହାଇସ୍କୁଲ୍ରୁ ମାଧ୍ୟମିକ ଶିକ୍ଷା ପରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଜ୍ଞାନ ପାଠ ପଢିଥିଲେ । ପରେ ନୌସେନାରେ ଭର୍ତ୍ତି ହୋଇଥିଲେ ।

ନୌସେନା ଅଧିକାରୀ ଭାବେ କାର୍ଯ୍ୟ କରି ୨୦୨୦ ମସିହାରେ ଅବସର ଗ୍ରହଣ କରିଥିଲେ । ଅବସର ନେବାପରେ ସେ ଓଡିଆ, ରାଜନୀତି ବିଜ୍ଞାନ, ଇତିହାସ ବିଭାଗରେ ପିଜି କରିବା ସହ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଚଳାଇଥିଲେ ।

ସେହିପରି ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତଃ ବିକଳାନନ୍ଦ ମଲ୍ଲିକଙ୍କ ପୁଅ ବିଜୟାନନ୍ଦ ମଲ୍ଲିକ ସରାଙ୍ଗ  ନବୋଦୟ ବିଦ୍ୟାଳୟ ରୁ ଯୁକ୍ତ ଦୁଇ ବିଜ୍ଞାନ ରେ ଉର୍ତ୍ତିର୍ଣ୍ଣ ହେବାପରେ ନୈାସେନାରେ ଯୋଗଦେଇ ପରମାଣୁ ସମ୍ପର୍ଣ୍ଣ ବୁଡା ଜାହାଜ ଅରିହନ୍ତରେ ୧୧ ବର୍ଷ ସେବା ଦେଇ ଅବସର ପରେ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଚଳାଇଥିଲେ ଏବଂ ନିଜର ଦ୍ୱିତୀୟ ପ୍ରଚେଷ୍ଟା ରେ ସଫଳତା ପାଇଛନ୍ତି  ।

ଉଭୟ ଅରବିନ୍ଦ  ଓ ବିଜୟାନନ୍ଦ ଙ୍କୁ ରୂପରେଖ ନିୟୁଜ ପୋର୍ଟାଲ ପକ୍ଷରୁ ସମ୍ପାଦକ ଶିଶିର ଶତପଥୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି I

- Advertisement -

Leave A Reply

Your email address will not be published.