Take a fresh look at your lifestyle.

ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଗାଈ ମୃତ

0 15

କୋଣାର୍କ : କୋଣାର୍କ ଏନଏସି ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡର ଭଗବତୀ ରୋଡରେ ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଏକ ଗର୍ଭିଣୀ ଗାଈର ସୋଚନୀ ମୃତ୍ୟୁ ହୋଇ ଯାଇଛି।

ଘଟଣାରୁ ପ୍ରକାଶ ଆଜି ରବିବାର ଦିନ ୧୨.ଟା ୩୦ମିନିଟ ସମୟରେ କୋଣାର୍କ ବେହେରା ସାହିର ବ୍ରଜ ଦାସଙ୍କ ଗାଈ ଚରିବାକୁ ଆସିଥିଲା ।

ଏହି ସମୟରେ ଷ୍ଟ୍ରିଟ୍ ଲାଇଟି ପାଇଁ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଆର୍ଥିଙ୍ଗ ସଂସ୍ପର୍ଶରେ ଆସି ଗାଈଟିର ମୃତ୍ୟୁ ହୋଇ ଯାଇଛି । ମୃତ ଗାଈଟି ଅନ୍ତଶତା ଥିବା ଜଣା ପଡିଛି ।

ବ୍ରଜ ଏ ନେଇ କୋଣାର୍କ ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବିଦ୍ୟୁତ ବିତରଣ ସଂସ୍ଥା ଓ କୋଣାର୍କ ଏନଏସିର କତୃପକ୍ଷଙ୍କ ନିକଟରେ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ।

ଏଠାରେ ସୂଚନା ଥାଉକି କୋଣାର୍କ ଏନଏସିର ଷ୍ଟ୍ରିଟ୍ ଲାଇଟି ପାଇଁ ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ଆର୍ଥିଙ୍ଗ ବ୍ୟବସ୍ଥା କରାଯାଇଛି । ଏହି ଆର୍ଥିଙ୍ଗ ଏବେ ବିପଦ ସଙ୍କୁଳ ହୋଇପଡିଛି ।

ଏନସିର ଅବହେଳା ପାଇଁ କୋଣାର୍କ ଏନଏସିର ୧୩ଟି ଓ୍ବାର୍ଡ ଏବେ ଅନ୍ଧାରରେ ରହିଛି । ଦାଇତ୍ଵ ରେ ଥିବା କର୍ମଚାରୀଙ୍କ ଅବହେଳା ପାଇଁ ଏଭଳି ସମସ୍ୟା ଉପୁଜୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

- Advertisement -

Leave A Reply

Your email address will not be published.