Take a fresh look at your lifestyle.

କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ  ଦେଇଛନ୍ତି ‘ମହିମା ସେତୁ’

0 13

Get real time updates directly on you device, subscribe now.

ଢେଙ୍କାନାଳ : କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ  ଦେଇଛନ୍ତି ‘ମହିମା ସେତୁ’ – ଶ୍ରୀ ପାଣ୍ଡିଆନମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ପ୍ରସିଦ୍ଧ ମହିମା ଗାଦି ପରିଦର୍ଶନ କରିଥିଲେ। ମହିମା ଧର୍ମର ଏହି ମହାନ ପୀଠ   ଯୋରନ୍ଦା ଅଞ୍ଚଳ ତଥା ମହିମା ଗାଦିର ବିକାଶ, ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତର ପାଇଁ  ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଷୟ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।
ମହିମା ଧର୍ମ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ମହିମା ଧର୍ମ ହେଉଛି ସାରା ବିଶ୍ବ ପାଇଁ ଆଦର୍ଶ। ଜାତି, ଧର୍ମ ଓ ବର୍ଣ୍ଣ  ନିର୍ବିଶେଷରେ  ସମସ୍ତେ ସମାନ। ଏହି ସମଭାବର ଚିନ୍ତାଧାରା ସହିତ  ବିଶ୍ବ କଲ୍ୟାଣ ହେଉଛି ଏହି ଧର୍ମର ଆଦର୍ଶ। ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ମହିମା ଧର୍ମର ଆଦର୍ଶରେ ଗଭୀର ଭାବରେ ଅନୁପ୍ରାଣୀତ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସମସ୍ତଙ୍କ  କଲ୍ୟାଣ ଓ ଉନ୍ନତି ମୁଖ୍ୟମନ୍ତ୍ରୀଙ୍କ ଜୀବନର ଏକମାତ୍ର ବ୍ରତ। ମହିମା ଧର୍ମର ପ୍ରସିଦ୍ଧ ଏକ ତାଳପତ୍ର ପଙ୍ଖା ମୁଖ୍ୟମନ୍ତ୍ରୀ ତାଙ୍କ ଘରେ ରଖିଛନ୍ତି ।  ଏହି ପଙ୍ଖା ତାଙ୍କୁ ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଓ ନିଃସ୍ବାର୍ଥପର ସେବା ପାଇଁ ସବୁବେଳେ ଅନୁପ୍ରେରିତ କରିଥାଏ।ଓଡିଶାରେ ମହିମା ଧର୍ମର ଜନ୍ମ।

 

ମହିମା ଧର୍ମର ଗାଦି ଯୋରନ୍ଦା ପରିଦର୍ଶନ କରି ସେଠାରେ ଶ୍ରୀ ପାଣ୍ଡିଆନ କିଛି ସମୟ ଅତିବାହିତ କରିଥିଲେ ଏବଂ ମହିମା ଧର୍ମର ସାଧୁସନ୍ଥ ଓ ଅନୁଗାମୀ ମାନଙ୍କ ସହିତ ଗାଦିର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।  ମହିମା ଧର୍ମର ପ୍ରଚାର ପାଇଁ ରାଜ୍ୟ ସରକାର ସବୁପ୍ରକାସ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶ୍ରୀ ପାଣ୍ଡିଆନ ସେମାନଙ୍କୁ ଜଣାଇଥିଲେ । ମହିମା ଧର୍ମାବଲମ୍ବୀମାନେ ନିଜ ନିଜ ଭିତରେ ଆଲୋଚନା କରି ରାଜ୍ୟ ତଥା ରାଜ୍ୟ ବାହାରେ ମହିମା ଦର୍ଶନର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ।
ସାଧୁସନ୍ଥଙ୍କ ପରାମର୍ଶ ଓ ପ୍ରସ୍ତାବକ୍ରମେ ମନ୍ଦିର ଓ ପ୍ରାର୍ଥନା ଗୃହ ଆଦି ନିର୍ମାଣରେ ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଜଣାଇଥିଲେ।ଢେଙ୍କାନାଳରେ ଯୋଗାଯୋଗର ବିକାଶ ପାଇଁ କାଲୁରିଆ ଗାଁ ଠାରୁ ସରଦେଇପୁର ପର୍ଯ୍ୟନ୍ତ ବ୍ରାହ୍ଣଣୀ ନଦୀ ଉପରେ ବୃହତ ସେତୁ ନିର୍ମାଣ କରାଯାଇଛି । ଏଥିପାଇଁ ୨୩୫.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ବାରା ୬୨ଟି ଗାଁର ଜନସାଧାରଣଙ୍କ ପାଇଁ ଯୋଗାଯୋଗ କ୍ଷେତ୍ରରେ ବହୁତ ସୁବିଧା ଆସିବା ସହିତ ଯୋରନ୍ଦା ପୀଠକୁ ଭକ୍ତ ଓ ପର୍ଯ୍ୟଟକମାନେ ସୁବିଧାରେ ଆସିପାରିବେ। ମୁଖ୍ୟମନ୍ତ୍ରୀ ଏହାର ନାମକରଣ କରି ଏହାର ନାଁ ‘ମହିମା ସେତୁ’ ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।
ଏହି ଅବସରରେ ସେ ଯୋରନ୍ଦାସ୍ଥିତ ୫-ଟି ସ୍କୁଲ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ରୂପାନ୍ତରର ସୁଫଳସଂପର୍କରେ ଆଲୋଚନା କରିଥିଲେ । ପରେ  ଶ୍ରୀ  ପାଣ୍ଡିଆନ୍ ସାଧୁସନ୍ଥଙ୍କ ସହିତ ସେ ଭୋଜନ କରିଥିଲେ ।ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ଶ୍ରୀମତୀ ରୂପାରୋଶନ ସାହୁ, ଜିଲ୍ଲାପାଳ ଶ୍ରୀ ସରୋଜ ସେଠୀ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.