Take a fresh look at your lifestyle.

ରପୋଡିର ବିପନ୍ନ ୧୪ ପରିବାରକୁ ସାଂସଦଙ୍କ ସହାୟତା

0 9

Get real time updates directly on you device, subscribe now.

ଢେଙ୍କାନାଳ, : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପ୍ରସାଦ ଗ୍ରାମରେ ଗତ କିଛିଦିନ ତଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୧୪ଟି ପରିବାରର ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଥିଲା ।

ଖବର ପାଇ ସାଂସଦ ମହେଶ ସାହୁ ପୂର୍ବରୁ ବିପନ୍ନ ପରିବାରଙ୍କୁ ଟାଟା ଷ୍ଟିଲ୍ ମେରାମୁଣ୍ଡଳୀର ସହାୟତାରେ ସୁଖିଲା ଖାଦ୍ୟ ଓ ଘରୋଇ ଚଳଣୀ ଆସବାବପତ୍ର ବଂଟନ କରିଥିଲେ । ଶୁକ୍ରବାର ଦିନ ସାଂସଦ ଶ୍ରୀ ସାହୁ ଗୋବିନ୍ଦପ୍ରସାଦ ଗ୍ରାମରେ ପହଁଚି ରୁଙ୍ଗଟା କଂପାନୀ ସହାୟତାରେ ୧୪ ବିପନ୍ନ ପରିବାରକୁ ୪ହଜାର ଟଙ୍କା ଲେଖାଏଁ ୫୬ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ଏହି ସମୟରେ ସାଂସଦଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଲିଆକତ୍ ଅଲ୍ଲି ଖାଁ, ସ୍ଥାନୀୟ ସରପଂଚ ରେଖା ଦଳେଇ, ସମାଜସେବୀ ଆର୍ଜେନ୍ଦୁ ଜେନା, ବିଜୟ ଦଳେଇ, ବିଜେଡି ନେତା ଅର୍ଜୁନ ସାହୁ, ସାମ୍ବାଦିକ ସଦାଶିବ ମହାପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ଶ୍ୟାମସୁନ୍ଦର ସାହୁ, ଦୁଷ୍ମନ୍ତ ମହାନ୍ତି, ସୁମନ୍ତ ସ୍ୱାଇଁ ସମେତ ଅଗ୍ନିକାଣ୍ଡ ବିପନ୍ନ ପରିବାର ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.