Take a fresh look at your lifestyle.

ଜି ୨୦ର ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

0 10

କୋଣାର୍କ : ଭାରତରେ ଅନୁଷ୍ଠିତ ଜି୨୦ ଶିଖର ସମିଳନିର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅପରାହ୍ନରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ।

ଏହି ପ୍ରତିନିଧି ମଣ୍ଡଳୀରେ ୨୦ଟି ଦେଶର ୮୫ ଜଣ ପ୍ରତିନିଧି ରହିଥିଲେ ।ଜି୨୦ର ପ୍ରତିନିଧି ମାନେ କୋଣାର୍କରେ ପହଞ୍ଚିବା ପରେ ସେମାନଙ୍କୁ ଆଇଓସିଏଲ ପରିସରେ ଶଙ୍ଖ ବାଦନ, ଓଡିଶା ନୃତ୍ୟ, ଗୋଟିପୁଅ ନୃତ୍ୟ, ନାଗା ନୃତ୍ୟର ତାଳେ ତାଳେ ପାରମ୍ପରିକ ଶୈଳୀରେ ଫୁଲ ଚନ୍ଦନ ଲଗାଇ ଉତରୀୟ ଓ ଶଙ୍ଖ ମାଳି ପ୍ରଦାନ କରାଯାଇ ଭବ୍ୟ ସ୍ବାଗତ କରାଯାଇଥିଲା ।

ଏହାପରେ ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର ବୁଲିବା ସହ ଆଇଓସିଏଲ ପରିସରରେ ଆୟୋଜିତ ଶିକ୍ଷା ସମ୍ବଧିତ ଏକ ସମିଳନି ଆୟୋଜନ ହୋଇଥିଲା ।

ପରେପରେ ଜି୨୦ର ପ୍ରତିନିଧି ମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ଲାଇଟ ଆଣ୍ଡ ସାଉଣ୍ଡ ଶୋକୁ ମନଭରି ଉପଭୋଗ କରିଥିଲେ ।

ସୂର୍ଯ୍ୟ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଜି୨୦ର ପ୍ରତିନିଧି ମେନେ ବିମୋହିତ ହୋଇଥିଲେ ।

ଜି୨୦ର ପ୍ରତିନିଧି ମାନଙ୍କ ଗସ୍ତ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଟ ଅଧିକାରୀ ଓ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.