କାମାକ୍ଷାନଗର( ରାଜ କିଶୋର ରାଉତ): ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱ ରେ ଚାଳିଶ ଟନ ରୁ ଉର୍ଦ୍ଧ ଚୋରା କୋଇଲା ପଡ଼ିରହିଛି ।
ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା ଦେଖିବାକୁ ପାଇଥିଲେ . ଭୁବନ ଅଞ୍ଚଳ 10ଟି ସ୍ଥାନରେ ଚୋରା କୋଇଲା ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳିଛି I
ତାଳଚେର ଖଣି କାର୍ଯ୍ୟାଳୟ ଅଧୀନ ରେ ରହିଥିବା ଏହି କୋଇଲା ଡିପୋ ଗୁଡିକୁ ସୁରକ୍ଷା ଯୋଗାଉଛି କିଏ ?ଢେଙ୍କାନାଳ ଜିଲ୍ଲାରେ କୋଇଲା ର ବ୍ୟବସାୟ କିଭଳି ପୋଲିସ ଓ ଖଣି ବିଭାଗ ଜ୍ଞାତସାରରେ ହୁଏ ତାହା ସଦର ଥାନାଅଧିକାରୀ ଅଭିନଵ ଡ଼ାଳୁଆଙ୍କ ଠାରୁ ପ୍ରମାଣିତ ।
ଜାତୀୟ ରାଜପଥ 53ର ମଠକରଗୋଳା ଆଦିପୁରା, ଶାମଳ ଭୁବନର ନୂଆଭୁବନ, ଭଦଳିଆପସି, ନଟାକଟା , ଛାଟଖମ୍ବ , ଗମରଗୋଳ ଆଦିସ୍ଥାନ ରେ ଦୈନିକ ଏହି ଚୋରା କୋଇଲା ବାଲେଶ୍ୱର କଳିଙ୍ଗ ନଗର ଯାଉଥିବା ଟ୍ରକ ରୁ ଅନଲୋଡ଼ ହେଉଛି ।
ରାତାରାତି କୋଇଲାକୁ ବିଭିନ୍ନ ସ୍ଥାନ କୁ ଟ୍ରକ ଟ୍ରାକ୍ଟର ଯୋଗେ ପଠାଯାଉଛି . ଆଜି ଚନ୍ଦାର ଠାରେ ଠାବ କରାଯାଇଥିବା କୋଇଲା ର ଟ୍ରକ କାଦୁଆ ମାଟିରେ ପଶି ଯିବାରୁ ଟ୍ରକ ଆଗକୁ ଯାଇପାରିନଥିଲା I
ତେବେ ରାତାରାତି କୋଇଲା କୁ ଅନଲୋଡ କରାଯାଇ ଟ୍ରକ କୁ ଲୁଚାଇ ରଖାଯାଇଥିବାରୁ କୋଇଲା ର ମାଲିକାନା ନେଇ ସନ୍ଦେହ ପ୍ରକାଶ ପାଇଛି . ଭୁବନ ପୋଲିସ କୋଇଲା କୁ ଜବତ କରି ଖଣି ବିଭାଗ କୁ ସୁଚନା ପ୍ରଦାନ କରାଯାଇଛି I
ଏ ସଂପର୍କରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିରବ ରହିଥିବା ବେଳେ ଦେଖାଯାଉ ଜିଲ୍ଲା ପ୍ରଶାସନ ଶିତତାପ ନିୟନ୍ତ୍ରଣଯନ୍ତ୍ର ତଳେ ନିଘୋଡ ନିଦରୁ କେବେ ଉଠୁଛି । ଖଣିମନ୍ତ୍ରୀଙ୍କ ଅଞ୍ଚଳ ରେ ଖଣିଜଦ୍ରବ୍ୟର ଚୋରା କାରବାର ମନ୍ତ୍ରୀଙ୍କ ସ୍ୱଛତା ପ୍ରତି ଆଙ୍ଗୁଠୀ ଦେଖାଉଛି ।