Take a fresh look at your lifestyle.

କୁକୁଡା ଚାଷୀ ସଂଘ ପକ୍ଷରୁ ମହାସମାବେଶ

0 46

ଢେଙ୍କାନାଳ:  ସ୍ଥାନୀୟ ମହିଷାପାଟ ଠାରେ ତାତିଲେ ରାଜ୍ୟ ବ୍ୟାପି କୁକୁଡା ଚାଷୀ ସଂଘ।କୁକୁଡା ଚିଆଁ ଯୋଗାଉଥିବା କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଓ ରାଜ୍ୟରେ କେତେ କୁକୁଡା ଚାଷୀ ଅଛନ୍ତି I

ସେନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ଭଳି ପ୍ରସଙ୍ଗକୁ ନେଇ ଢେଙ୍କାନାଳରେ ଏକାଠି ହୋଇଛନ୍ତି କୁକୁଡା ଚାଷୀ ସଂଘ। ଏନେଇ ଢେଙ୍କାନାଳର ମହିଷାପାଟ ପଡିଆରେ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା।

ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାଞ୍ଚ ହଜାରରୁ ଅଧିକ କୁକୁଡା ଚାଷୀ ଏକତ୍ରିତ ହୋଇଥିଲେ।ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁକୁଡା ଚାଷୀଙ୍କୁ ଚିଆଁ ଯୋଗାଉଥିବା କମ୍ପାନୀ ମାନେ ସେମାନଙ୍କୁ ମିନିମମ ସପୋର୍ଟ ପ୍ରାଇସ (msp) ଦେଉ ନଥିବାରୁ କୁକୁଡା ଚାଷୀ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି ଚାଷୀ।

ଫଳରେ କିଛି ଦିନ ହେବ ଚାଷୀମାନେ କମ୍ପାନୀରୁ କୌଣସି ଚିଆଁ ଗ୍ରହଣ ମଧ୍ୟ କରୁନାହାନ୍ତି। ତେଣୁ ସରକାର ଖୁବଶୀଘ୍ର ଏଥିରେ ହସ୍ତକ୍ଷେପ କରି କମ୍ପାନୀ ମାନଙ୍କ ଦ୍ୱାରା ଶୋଷଣ ହେଉଥିବା କୁକୁଡା ଚାଷୀଙ୍କୁ ଉତ୍ପାଦନର ସଠିକ ମୁଲ୍ୟ ଯୋଗାଇଦେବା ପାଇଁ ଦାବୀ କରିଛନ୍ତି।

ନଚେତ ଆଗାମୀ ଦିନରେ ରାଜ୍ୟ ବ୍ୟାପି କୁକୁଡା ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କଡା ଚେତାବନୀ ଦେଇଛନ୍ତି।

- Advertisement -

Leave A Reply

Your email address will not be published.